
ନୂଆପଡ଼ା, କୌଣସି ଗୃହପାଳିତ ପ୍ରାଣୀ ଅସୁସ୍ଥ ହେଲେ ପ୍ରତି ବ୍ଲକରେ ପ୍ରାଣୀ ଚିକିତ୍ସାଳୟର ବ୍ୟବସ୍ଥା ସରକାରଙ୍କ ତରଫରୁ କରାଯାଇଛି, ହେଲେ ପ୍ରାଣୀ ଚିକିତ୍ସକ ଅବହେଳା କଲେ ପ୍ରାଣୀଟିର ମୃତ୍ୟୁ ହେବା ସ୍ଵାଭାବିକ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ନୂଆପଡ଼ା ଜିଲା ସିନାପାଲି ବ୍ଲକ ଜାମଗାଁ ଗ୍ରାମରେ। ବରଗାଁ ପଂଚାୟତ ଅନ୍ତର୍ଗତ ଜାମଗାଁର ଉଚ୍ଚ ଶିକ୍ଷିତ ବିଏସସି ବିଇଡି ପାଠ ପଢିଥିବା ଯୁବକ ଗୌରାଙ୍ଗ ଚରଣ ଯାଦବ ଧାର କରଜ କରି ୬୦ ହଜାର ଟଙ୍କା ବ୍ୟୟରେ ଅତାବିରାର ଏକ ଫାର୍ମରୁ ଜର୍ସି ଗାଇଟି କିଣି ରୋଜଗାରକ୍ଷମ ହେବାର ଆଶା ରଖିଥିଲେ, ହେଲେ ଦୁର୍ଭାଗ୍ୟବଶତଃ ଗାଇଟି ଅସୁସ୍ଥ ହୋଇ ପଡିଥିଲା। ଗାଇ ମାଲିକ ଗୌରାଙ୍ଗ ଗାଈର ଚିକିତ୍ସା ତଥା ସେବା ଶୁଶ୍ରୁଷା କରିବା ପାଇଁ ସିନାପାଲି ର ଇନଚାର୍ଜ ଭିଏଏସ ସେଠୀ ବାବୁକୁ ଗୁହାରି କରିଥିଲେ। ଭିଏସ ସେଠୀ ବାବୁ ଔଷଧ ଲେଖି ନିଜ ଦାୟିତ୍ବ ପୁରା କରିଥିଲେ ହେଲେ ଗାଇର ଉପଯୁକ୍ତ ଚିକିତ୍ସା କରୁନଥିଲେ। ଗାଇଟିର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହେବା ପରେ ପୁଣି ଭିଏସ ସେଠୀ ବାବୁଙ୍କୁ ଗାଇ ମାଲିକ ଫୋନ ମାଧ୍ୟମରେ ବାରମ୍ବାର ଗତକାଲି ଠାରୁ ଫୋନ କରିଆସୁଥିଲେ, ହେଲେ ଭିଏସ ମହୋଦୟ ଚିକିତ୍ସା କରିବା ତ ଦୂରର କଥା ଫୋନ ଟିଏ ମଧ୍ୟ ଉଠାଇନଥିଲେ, ଯାହା ଫଳରେ ଆଜି ସେହି ଗାଇର ମୃତ୍ୟୁ ହୋଇଯାଇଛି । ସିନାପାଲି ଭିଏସ ମହୋଦୟଙ୍କ ଅବହେଳା କାରଣରୁ ମୂଲ୍ୟବାନ ଗାଇର ମୃତ୍ୟୁ ହୋଇଥିବା ଗାଇ ମାଲିକ ଅଭିଯୋଗ କରି ଭିଏସ ସେଠି ବାବୁ ଏଥିପାଇଁ ନିଜେ ଦାୟୀ ତାଙ୍କର ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଗାଇ ମାଲିକ ଦାବୀ କରିଛନ୍ତି।