ଭୁବନ – ଢେଙ୍କାନାଳ ଜିଲ୍ଲାର ଅନ୍ୟତମ ପ୍ରସିଦ୍ଧ ଶୈବପୀଠ ଭୁବନର ବାବା ବୁଦେ୍ଧଶ୍ୱରଙ୍କ ପବିତ୍ର ପୀଠରେପ୍ରସିଦ୍ଧ ବାଲିଯାତ୍ରା ପାଳିତ ହୋଇଯାଇଛି । ପାରମ୍ପରିକ ରୀତିନୀତି ଅନୁଯାୟୀ ପ୍ରାୟ ୨୦ ହଜାର ରୁ ଉଦ୍ଧ୍ୱର୍ ଶ୍ରଦ୍ଧାଳୁ ପାହାନ୍ତା ପ୍ରହରରେ ପୂଣ୍ୟତୋୟା ବ୍ରାହ୍ମଣୀ ନଦୀରେ କାର୍ତିକ ବୁଡ ପକାଇ ଡଙ୍ଗାଭସାଇ ପ୍ରାତଃ ସମୟରେ ଆରାଧ୍ୟଦେବତା ବାବା ବୁଦେ୍ଧଶ୍ୱରଙ୍କୁ ଦର୍ଶନକରି କୋଟିଜନ୍ମର ପୂଣ୍ୟ ଲାଭ କରିଥିଲେ । ମାସକ ଯାକ ହବିଷ କାର୍ଯ୍ୟ କରୁଥିବା ହବିଷାଳୀ ରାଧାଗୋବିନ୍ଦଙ୍କ ପୂଜା ବଭିନ୍ନ ଢଙ୍ଗରେ କରି ବ୍ରତ ସମାପନ କରିଥିଲେ । ବଡିଭୋରୁ ଅପରାହ୍ନ ପର୍ଯ୍ୟନ୍ତ ମନ୍ଦିରରେ ପ୍ରବଳ ଭିଡ ହୋଇଥିଲା ଓ ଭକ୍ତମାନେ ଧାଡିରେ ଯାଇ ଠାକୁର ଧର୍ଶନ କରିଥିଲେ । ତୈଳିକବୈଶ୍ୟ ସମାଜ ତରଫରୁ ଆକର୍ଷଣୀୟ ବୋଇତ ବନ୍ଦାଣ ଉସôବ ଅନୁÂିତ ହୋଇଥିଲା । ପ୍ରସିଦ୍ଧବରା ଘୁଘୁନି ସାଙ୍ଗକୁ ଠୁଙ୍କାପୁରୀ, ଚାଟ, ଦହିବରା, ଦୋସା, ଫାଷ୍ଟଫୁଡଦୋକାନ , ହରେକମାଲ, ମନୋହରି ଦୋକାନ, ଆଇସକ୍ରିମ ପାର୍ଲର ଉଠା ଦୋକାନ ଏବଂ ଡଲା, କୁଲା , ଟୋପି, ବୋଝ ଓ ଅନ୍ୟାନ୍ୟ ଲୁହାଲତା ଦୋକାନର ପସରା ମେଲିଥିଲା । ଲୋକମାନେ ହାଟ ବଜାରରେ ମିଳୁନଥିବା ବିଭିନ୍ନ ସାମଗ୍ରୀ କିଣିଥିଲେ । ଅପରାହ୍ନରେ ମଣିପୁର ଶାସନ ଗ୍ରାମର ଆରାଧ୍ୟଦେବତା ରାଧାକୃଷ୍ଣଜୀୟୁ ଙ୍କୁ ଏକ ସୁସଜ୍ଜିତ ବିଭାନରେ ବସାଇ ସଭାପତି ଅର୍ଜୁନ ମିଶ୍ର ଙ୍କ ନେତୃତ୍ୱ, ଆନନ୍ଦ ଚନ୍ଦ୍ର ଦ୍ୱିବେଦୀ,କୁଂଜ ବିହାରୀ ମିଶ୍ର,ଶାନ୍ତନୁ ଦାଶ,ପ୍ରଶାନ୍ତ ଦ୍ୱିବେଦୀ ଙ୍କ ତତ୍ୱାବଧାନ ଓ ଗ୍ରାମବାସୀ ଙ୍କ ସହଯୋଗରେ କୀର୍ତନମଣ୍ଡଳୀ ଙ୍କ ଗହଣରେ ଏକ ବିରାଟ ଶୋଭାଯାତ୍ରାରେ ବୁଦେ୍ଧଶ୍ୱର ମନ୍ଦିରକୁ ଅଣାଯାଇ ହରିହର ଭେଟ କରାଯାଇଥିଲା । ଆର୍ଯ୍ୟ ସମାଜ ତରଫରୁ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଟିତ ହୋଇଥିଲା । ଶେଷଦିନରେ ହଜାର ହଜାର ଶ୍ରଦ୍ଧାଳୁ ପ୍ରସାଦ ସେବନ କରିଥିଲେ । ପ୍ରଜାପତି ଇଶ୍ୱରୀୟ ବିଶ୍ୱିଦ୍ୟାଲୟ ତରପରୁ ଜୀବନ୍ତ ସାଧବ ପୁଅ ଝାଙ୍କି ପ୍ରର୍ଦଶିତ କରାଯାଇଥିଲା ଏହାକୁ ପୂର୍ବତନ ନଗରପାଲ ନନ୍ଦକିଶୋର ସାହୁ ଉଦଘାଟନ କରିଥିଲେ । ଚଳିତବର୍ଷ ବାଲିଯାତ୍ରାରେ ପ୍ରାୟ ୩୦ ହଜାରରୁ ଉଦ୍ଧ୍ୱର୍ ଜନସମାଗମ ହୋଇଥିଲା । ମନ୍ଦିର ପରିଚାଳନା କମିଟି ସଭ୍ୟମାନେ ସକ୍ରିୟ ଅଂଶଗ୍ରହଣ ଓ ସହଯୋଗ କରିଥିବା ବେଳେ ଭୁବନ ଥାନାଧିକାରୀ ନିର୍ମଳା ଗୋଚ୍ଛାୟତଙ୍କ ନେତୃତ୍ୱରେ ୧ ପ୍ଲାଟୁନ ପୋଲିସଫୋର୍ସ ଙ୍କ ଜରିଆରେ ଶାନ୍ତିଶୃଙ୍ଖଳା ରକ୍ଷା କରାଯାଇଥିଲା ।
Related Stories
November 24, 2024
November 24, 2024