କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ
ପ୍ରଖ୍ୟାତ ଜନ ନେତା ମାର୍କ୍ସବାଦୀ ତତ୍ତ୍ୱ ବିତ ପୂର୍ଵତନ ସାଂସଦ ଶିବାଜୀ ପଟ୍ଟନାୟକ ଦୀର୍ଘ ସତୁରି ବର୍ଷ ଧରି ଓଡିଶା ର ଗରିବ ମେହନତି ମଣିଷ ର ସ୍ୱାର୍ଥ ରେ ନିରବଛୀର୍ଣ୍ଣ ସଂଗ୍ରାମ କରି ରାଜ୍ୟ ରାଜନୀତି ରେ ଏକ ନୂଆ ଇତିହାସ ସୃଷ୍ଟି କରିଛନ୍ତି | ସେଇ ଜନ ନେତା ଙ୍କ ସ୍ମୃତି ଚାରଣ କରିବା ପାଇଁ ସିପି ଆଇ ଏମ ପକ୍ଷରୁ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭା ରେ ବିଶିଷ୍ଟ କୃଷକ ନେତା ଜଗନ୍ନାଥ ମିଶ୍ର କହିଲେ ଯେ ସ୍ୱାଧୀନତା ଆନ୍ଦୋଳନ ରେ ତିନୋଟି ସ୍ରୋତ ମଧ୍ୟ୍ୟରୁ ମାର୍କ୍ସ ବାଦୀ ଚିନ୍ତାଧାରା ରେ ଶିବାଜୀ ପଟ୍ଟନାୟକ ନିଜକୁ ସାମିଲ କରିଥିଲେ |ଜଗନ୍ନାଥ ଦେଓ ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ସଭାରେ ପ୍ରାରମ୍ଭିକ ବକ୍ତ୍ୟବ୍ୟ ରଖିଥିଲେ ଶରତ କୁମାର ରାୟଗୁରୁ, ଅନ୍ୟ ମାନଙ୍କ ମଧ୍ୟରେ କଂଗେସ ର ବୀରେନ୍ଦ୍ର ହୋତା, ବିଜେଡି ର ସବ୍ୟସାଚୀ ମହାପାତ୍ର, ସିପି ଆଇ ର ପ୍ରଦୀପ୍ତ ମହାନ୍ତି, ଶିକ୍ଷକ ନେତା ସୁରେନ୍ଦ୍ର ଜେନା, ପ୍ରକାଶ ମହାନ୍ତି, ଭୀମ ସେନ ସ୍ୱାଇଁ, ଶ୍ରୀକାନ୍ତ ପରିଜା,କୃଷ୍ଣ ପ୍ରଧାନ, ସୁରେନ୍ଦ୍ର ତପସୁ,ଶିବାଜୀ ପଟ୍ଟନାୟକ ଙ୍କ ମୂଲ୍ୟବୋଧ ରାଜନୀତି ରେ ସମର୍ପଣ ଭାବ ଯୋଗୁଁ ଭାଗ ଚାଷୀ ଆନ୍ଦୋଳନ ଜମିଦାରୀ ଉଛେଦ, ଚିଲିକା ସୁରକ୍ଷା,ପାଇଁ ଶ୍ରମିକ ଶୋଷଣ ବିରୁଦ୍ଧରେ ଜୀବନ ବ୍ୟାପି ଲଢେଇ ରେ ଆଗରେ ଥିଲେ | ଅନ୍ୟ ମାନଙ୍କ ମଧ୍ୟରେ ଅଶୋକ ମହାନ୍ତି, କାର୍ତିକ ଦାସ, ହାରାମଣି ମହାପାତ୍ର, ବିଦୁଲତା ଆଚାର୍ଯ୍ୟ, ଗୋବିନ୍ଦ ନାୟକ, ମାନସ ଦଳ ବେହେରା ବିଜୟ ଦାସ, ମନୋରଞ୍ଜନ ମହାରଣା,ପବିତ୍ର ଦଳେଇ,ଟୁନା ନାୟକ ଯଦୁମଣି ସାହୁ, ସୁକାନ୍ତ ବେହେରା, ବିମଳ ମାନସିଂ, ଶରତ ସେଠି, କୃଷ୍ଣ ଦାଶ, ପ୍ରମୁଖ ଶିବାଜୀ ବାବୁଙ୍କ ସ୍ମୃତି ଚାରଣ କରିଥିଲେ |
Related Stories
November 24, 2024
November 24, 2024