
କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ
ମଶାଣୀ ଚଣ୍ଡୀ ମନ୍ଦିର ନିକଟ କ୍ରିକେଟ ପଡ଼ିଆରେ ମଶାଣି ଚଣ୍ଡୀ କ୍ଳବ୍ ପକ୍ଷରୁ ଅନୁଷ୍ଠିତ ୪ ଦିନିଆ କ୍ରିକେଟ ଟୁର୍ଣ୍ଣାମେଣ୍ଟ ୨୦୨୨ ଉଦଯାପିତ ହୋଇଛି l କ୍ଲବ ସଭାପତି ଲିଟୁ ପ୍ରଧାନଙ୍କ ନେତୃତ୍ବରେ ଉଦଯାପନ ଦିବସରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ମହେଶ୍ୱର ମହାନ୍ତି, ସମ୍ମାନିତ ଅତିଥି ଭାବେ ସବ୍ୟସାଚୀ ମହାପାତ୍ର, ଭକ୍ତ ଚରଣ ଦାସ, ବାସେଳି ସାହି ଥାନା ଅଧିକାରୀ କୁଳମଣୀ ସେଠୀ, ସମାଜସେବୀ ସରସ୍ୱତୀ ସାହୁ ଯୋଗଦାନ କରିଥିଲେ l ଏହି ଅବସରରେ ଅତିଥି ମାନଙ୍କ ଦ୍ଵାରା ଆଇ ଆଇ ସି କୁଳମଣୀ ସେଠୀ, ସମାଜସେବୀ ସରସ୍ୱତୀ ସାହୁ, ମେଡ଼ିକାଲ ଫାଣ୍ଡି ଅଧିକାରୀ ମନୋଜ କୁମାର ଦାସ, ସାମ୍ୱାଦିକ ପ୍ରଦୀପ କୁମାର ନାୟକ ଙ୍କୁ ମାନପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା l ଏହି କ୍ରିକେଟ୍ ଟୁର୍ଣ୍ଣାମେଣ୍ଟରେ ସମୁଦାୟ ୧୬ଟି ଟିମ୍ ଅଂଶଗ୍ରହଣ କରିଥିଲେ l ଉଦଯାପନ ଦିବସରେ ଜାଙ୍ଗେଶ୍ୱରି ଓ ଗଜଲକ୍ଷ୍ମୀ କ୍ରିକେଟ ଟିମ୍ ଫାଇନାଲରେ ମୁଂହା ମୁହିଁ ହୋଇଥିଲେ l ଏଥିରେ ଜାଙ୍ଗେଶ୍ୱରି ଚମ୍ପିୟାନ ହୋଇ ୧୫ ହଜାର ଆର୍ଥିକ ପୁରସ୍କାର ସହ ବିଜୟୀ ଟ୍ରଫି ହାସଲ କରିଥିବା ବେଳେ ରନର୍ସଅଫ ଭାବେ ଗଜଲକ୍ଷ୍ମୀ ଟିମ ୧୦ ହଜାର ଆର୍ଥିକ ପୁରସ୍କାର ସହ ଟ୍ରଫି ଅତିଥି ମାନଙ୍କ ଠାରୁ ଗ୍ରହଣ କରିଥିଲେ l କାହ୍ନୁ ବାରିକ, ସଠିଆ ବେହେରା, ପ୍ରଭାକର ବେହେରା, ଲିଟନ୍ ବେହେରା, ତ୍ରିନାଥ ବେହେରା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l