
ପୁରୀ, ବାଲିନୋଳିଆ ସାହିରେ ଥିବା ମା ପଲାମା ଠାକୁରାଣୀ ମନ୍ଦିରରେ ସରକାରଙ୍କ ଦ୍ଵାରା ଅର୍ବାନ ମୁକ୍ତା ଯୋଜନାରେ ଆଜି ଏକ ପାର୍କ ର ଶୁଭ ନବୀକରଣ କରାଯାଇଛି। ଏଥିରେ ସମ୍ମାନିତ ଅତିଥି ରୂପେ ପୁରୀ ପୌରସଂସ୍ଥାର କାର୍ଯ୍ୟନିର୍ବାହୀ ଅଧିକାରୀ ଓ ପୌର ସଂସ୍ଥାର ସମସ୍ତ ଅଧିକାରୀ ଓ ମନ୍ଦିରର ଅତିଥି ରୂପେ ଏ. ଯୋଗୀ ଉପସ୍ଥିତ ରହି ଏହାକୁ ଉଦଘାଟନ କରିଥିଲେ ଏବଂ ମା ପଲାମା ସେବା ସମିତିର ତିରିଶି ଜଣ ସଦସ୍ୟଙ୍କର ଏହା ଏକ ମହତ୍ଵପୂର୍ଣ୍ଣ କାର୍ଯ୍ୟ ଥିଲା। ସଭାପତି ବି.ରାମ ରାଓ, ସମ୍ପାଦକ ପି. ଶିବ ରାଓ, ଯୁବସମାଜ ସେବୀ ଜି.ବାପି, ଏସ ଶିବପ୍ରସାଦ, ଜି. ଗଣେଶ, ଜି. ସୁରେଶ, ଜି. ରମେଶ, ଏ. ଗଣେଶ, ଏସ. ମଦନ, ଏନ. କୁମାର, ଦେବରାଜ ବେହେରା ଓ ସମସ୍ତ ମା ପଲାମା ସେବା ସମିତିର ସଦସ୍ୟ ଉପସ୍ଥିତ ଥାଇ ଏହି କାର୍ଯ୍ୟକ୍ରମକୁ ସଫଳ ରୂପେ ଶେଷ କରାଗଲା।