ଜୟପୁର, କୋରାପୁଟ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଘେରାଉ ନେଇ ସବୁ ମହଲରେ ଖୁସିର ଲହରି ଖେଳିଯାଇଛି। ଏହି ସୂଚନା ଦେଇଛନ୍ତି ଜିଲ୍ଲା ଅମଲା ସଂଘ ସମ୍ପାଦକ ଶଶୀ ଭୂଷଣ ଦାଶ। ଜିଲ୍ଲା ଶିକ୍ଷା ଅଧିକାରୀ ରାମଚନ୍ଦ୍ର ନାହକ ବିଭିନ୍ନ ଦୁର୍ନୀତିରେ ଲିପ୍ତ ଅଛନ୍ତି ଭିଜିଲାନ୍ସ ବିଭାଗରେ ତାଙ୍କର ଜଣେ ବନ୍ଧୁ ଅଛନ୍ତି ବୋଲି ସେ ସମସ୍ତଙ୍କୁ ବେଖାତିର କରି ମନମୁଖୀ ଶାସନ ଚଲେଇଛନ୍ତି, ସବୁ ସ୍ଥାନରେ ତାଙ୍କର
ଏଜେଣ୍ଟ ରଖି ଟଙ୍କା ଆଦାୟ କରୁଛନ୍ତି, ଏହାର ସମ୍ପୁର୍ଣ୍ଣ ତଥ୍ୟ ଆମ ପାଖରେ ଉପଲବ୍ଧ ଅଛି। ଅମଲା ମାନଙ୍କ ମାରଣ ନୀତି ଓ ଅମଲା ମାନଙ୍କୁ ମାନସିକ ନିର୍ଯ୍ୟାତନା, ଅଣଦେଖା କରାଯିବା, ଠିକ୍ ସମୟରେ ଦରମା ବକେୟା ପ୍ରଦାନ ନକରିବା, ବଦଳି ଓ ପଦୋନ୍ନତିରେ ପାତର ଅନ୍ତର ନୀତି ନେଇ ତା
୦୯.୦୬.୨୦୨୨ ରେ କୋରାପୁଟ ଜିଲ୍ଲା ଅମଲା ସଂଘ ତରଫରୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଘେରାଉ ନେଇ ଚେତାବନୀ ଦିଆଯାଇଛି।
ଏହାକୁ ସବୁ କୋଣ ଅନୁକୋଣରୁ ସ୍ଵାଗତ କରାଯାଇଛି ଓ ଏଥିରେ ରାଜ୍ୟ ନେତୃବୃନ୍ଦ ଓ ସମସ୍ତ ଜିଲ୍ଲା ଅମଲା ସଂଘର କିଛି କର୍ମକର୍ତ୍ତା ଯୋଗ ଦେବାର ସୂଚନା ମିଳିଛି। ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ସମେତ ସମସ୍ତ ଙ୍କ ମନରେ ଏନେଇ ଛନକା ପଶିଛି।