-
ଆବେଦନକାରୀଙ୍କ ଉପରେ ଲଗାଇଲେ ଜୋରିମାନା
ନୂଆଦିଲ୍ଲୀ, ଓଡ଼ିଶା ସରକାରଙ୍କ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ଚାଲେଞ୍ଜ୍ କରି ଦାଏର କରାଯାଇଥିବା ଦୁଇଟି ପିଟିସନ୍ଙ୍କୁ ଶୁକ୍ରବାର ଦିନ ସୁପ୍ରିମ୍ କୋର୍ଟ ଖାରଜ କରି ଦେଇଛନ୍ତି। ଏହା ସହିତ ସେ ଆବେଦନ ଗୁଡିକୁ ମୂଲ୍ୟହୀନ ଏବଂ ଜନସ୍ବାର୍ଥ ବିରୋଧୀ ବୋଲି କହି ଅଦାଲତ୍ ଉଭୟ ଆବେଦନକାରୀଙ୍କ ଉପରେ ୧ ଲକ୍ଷ ଟଙ୍କା ଲେଖାଏ ଜରିମାନା କରିଛନ୍ତି। ଉଲ୍ଲେଖନୀୟ ଯେ ଗୁରୁବାର ଦିନ ସୁପ୍ରିମ କୋର୍ଟର ପୁରୀର ଜଗନ୍ନାଥ ମନ୍ଦିରରେ କଥିତ ବେଆଇନ୍ ଅତିକ୍ରମଣ ଏବଂ ନିର୍ମାଣ ମାମଲାରେ ରାୟ ସଂରକ୍ଷିତ ରଖିଥିଲେ।