ପିପିଲି, ପୁରୀ ଜିଲ୍ଲା ପିପିଲି ଥାନା ଅନ୍ତର୍ଗତ ନୂଆଶାସନ ଗ୍ରାମରେ ଥିବା ଶ୍ରୀ ନୃସିଂହନାଥଙ୍କ ମନ୍ଦିରରେ ଗତକାଲି ବିଳମ୍ବିତ ରାତିରେ ଚୋରି ହୋଇଛି । ଦୁର୍ବୃତ ମାନେ ମନ୍ଦିରର ତାଲା ଭାଙ୍ଗି ୧୫ଟି ଅଷ୍ଟଧାତୁ ମୂର୍ତି, ଠାକୁରଙ୍କ ରୂପା କିରଟୀ ଏବଂ ଦାନବାକ୍ସ ଚୋରି କରିନେଇଛନ୍ତି । ଆଜି ସକାଳେ ପୂଜକ ମନ୍ଦିରକୁ ପୂଜା କରିବାକୁ ଆସିଥିବା ବେଳେ ଚୋରି ସମ୍ପର୍କରେ ଜାଣିବାକୁ ପାଇଥିଲେ । ଏ ସମ୍ପର୍କରେ ସେ ଗ୍ରାମବାସୀଙ୍କୁ ଜଣାଇବା ପରେ ଗ୍ରାମବାସୀଙ୍କ ପକ୍ଷରୁ ପିପିଲି ଥାନାରେ ଏନେଇ ଲିଖିତ ଅଭିଯୋଗ କରାଯାଇଛି । ଅଭିଯୋଗକୁ ଭିତି କରି ପିପିଲି ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି । ହେଲେ ଅଦ୍ୟାବଧି ଚୋର କିମ୍ବା ଚୋରୀ ମୂର୍ତି ସମ୍ପର୍କରେ ପୋଲିସକୁ ସାମାନ୍ୟତମ ସୂରାଗ ମିଳିନଥିବା ଜଣାପଡିଛି ।
Related Stories
November 24, 2024
November 24, 2024