ଭୁବନେଶ୍ୱର, ରାଜ୍ୟରେ ୨ଜଣ ସ୍ୱାଇନ୍ ଫ୍ଲୁ ରୋଗୀ ଚିହ୍ନଟ ହୋଇଛନ୍ତି । ଦୁଇ ଜଣଙ୍କ ରକ୍ତ ନମୁନା ଏଚ୧ଏନ୧ ପଜିଟିଭ୍ ଆସିଛି ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି ।
ସେ କହିଛନ୍ତି, ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ପୁରୁଷ ଓ ଜଣେ ମହିଳା ଅଛନ୍ତି । ସେମାନଙ୍କ ବୟସ ଯଥାକ୍ରମେ ୩୮ ଓ ୨୮ ବର୍ଷ । ଉଭୟେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଉଭୟଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ରହିଛି ।
ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି, ଆକ୍ରାନ୍ତଙ୍କର କୌଣସି ଟ୍ରାଭେଲ ହିଷ୍ଟ୍ରି ନାହିଁ । ସାଧାରଣତଃ ପ୍ରାକ୍ ମୌସୁମୀ ଋତୁ ଓ ଶୀତ ଦିନେ ସ୍ୱାଇନ୍ ଫ୍ଲୁ ରୋଗ ଦେଖାଯାଏ । ଏହି ସମୟରେ ସ୍ୱାଇନ୍ ଫ୍ଲୁ ହୋଇଥାଏ । ଜ୍ୱର, ଥଣ୍ଡା, କାଶ ଓ ଛିଙ୍କ ଅଧିକ ଦିନ ଲାଗି ରହିବା ସ୍ୱାଇନ୍ ଫ୍ଲୁ ଲକ୍ଷଣ । ଯଦି ଏହି ଲକ୍ଷଣ ଦେଖାଯାଏ, ସେମାନେ ଆଇସୋଲେସନରେ ରୁହନ୍ତୁ । ଭୟଭୀତ ହୁଅନ୍ତୁ ନାହିଁ ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ପରାମର୍ଶ ଦେଇଛନ୍ତି ।