କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ
ସୁସ୍ଥ ଓ ସଂସ୍କାରିତ ଶିଶୁ ସମୃଦ୍ଧ ଭାରତ ଗଠନର ଅନନ୍ୟ ପ୍ରୟାସରେ ଆଜି ଭାରତ ବିକାଶ ପରିଷଦ ଶ୍ରୀଜଗନ୍ନାଥ ଧାମ ଶାଖା,ପୁରୀ ତରଫରୁ ସ୍ଥାନୀୟ ଓଡିଶା ସଙ୍ଗୀତ ପରିଷଦ ପରିସରରେ ଏକ ପାଞ୍ଚ ଦିନିଆ ବାଲ ସଂସ୍କାର ଶିବିର ର ଶୁଭାରମ୍ଭ ହୋଇଅଛି।
ଏହି ଶିବିର କୁ ଜିଲ୍ଲା ଶିଶୁ ବିକାଶ ଅଧିକାରୀ ମନୋଜ କୁମାର ତ୍ରିପାଠୀ ଉଦଘାଟନ କରି ଅଂଶଗ୍ରହଣ କରିଥିବା କୁନି କୁନି ପିଲାଙ୍କୁ ଅତିଥି ରୁପେ ସମ୍ବୋଧନ କରି ସ୍ୱାଗତ କରିଥିଲେ।ପାଶ୍ଚାତ୍ୟ ସଭ୍ୟତା ର କୁ ପ୍ରଭାବ ରୁ ପିଲାଙ୍କୁ ମୁକ୍ତ କରିବାକୁ ହେଲେ ଆମ ସଂସ୍କୃତି ସହ ପିଲାଙ୍କୁ ଯୋଡି ସଂସ୍କାରିତ କରିବାକୁ ହେବ।ଭାରତ ବିକାଶ ପରିଷଦ ର ଏତାଦୃଶ ପ୍ରୟାସ କୁ ଶ୍ରୀଯୁକ୍ତ ତ୍ରିପାଠୀ ପ୍ରଶଂସା କରିଥିଲେ।
ଆବାହିକା ମୋନାଲିସା ପଟ୍ଟନାୟକ ଙ୍କ ସଂଯୋଜନା ରେ ଅଧ୍ୟକ୍ଷ ପ୍ରଫୁଲ୍ଲ କୁମାର ମିଶ୍ର,ଆନୁଷ୍ଠାନିକ ସ୍ୱାଗତ ଭାଷଣ ପ୍ରଦାନ କରିବା ପରେ କ୍ଷ୍ୟତ୍ରିୟ ସଚିବ ଶ୍ରୀମତୀ ସୁପ୍ରିତି ରଥ , ଯୋଗ ଦେଇ ମହିଳା ଓ ବାଲ ବିକାଶ ଅନ୍ତର୍ଗତ ଆଜିର ବାଲସଂସ୍କାର ଶିବିର ସମ୍ପର୍କରେ ସୂଚନା ଦେଇ ଉପସ୍ଥିତ ପିଲା ମାନଙ୍କ ଅଭିଭାଵକ ମାନଙ୍କୁ ଜଣାଇଥିଲେ ଯେ,ଏହି ପାଞ୍ଚଦିନିଆ ଶିବିରରେ ପିଲା ମାନଙ୍କୁ ରାଷ୍ଟ୍ରଗୀତ,ସକାଳୁ ଶଯ୍ୟାତ୍ୟାଗ , ଦିନ ଚର୍ଯ୍ୟା,ସନ୍ଧ୍ୟା ରେ ପ୍ରାର୍ଥନା,ସୁସ୍ଥ ଜୀବନ ଯାପନ ପାଇଁ ଯୋଗ ପ୍ରାଣାୟମ, ଗୁରୁଜନଙ୍କୁ ସମ୍ମାନ,ଖାଦ୍ୟକୁ ସମ୍ମାନ,ମହିଳା ଙ୍କୁ ସମ୍ମାନ, ବୃକ୍ଷରୋପଣ ର ଆଵଶ୍ୟକତା,ଜଳ ଏବଂ ବିଦ୍ୟୁତ କୁ ରାଷ୍ଟ୍ରିୟ ସମ୍ପତି ଭାବି ଅପଚୟ ନକରିବା ଆଦି ପ୍ରସଙ୍ଗ ଉପରେ ପ୍ରଶିକ୍ଷଣ ପଦାନ କରାଯିବ।ଅତିଥି ରୂପେ ଭାରତ ବିକାଶ ପରିଷଦ ପୂର୍ଵକ୍ଷେତ୍ର ର ରାଷ୍ଟ୍ରିୟ ମହା ସଚିବ ପୂର୍ଣ ଚନ୍ଦ୍ର ଖୁଣ୍ଟିଆ ,ପ୍ରାନ୍ତ ସଂଗଠନ ସମ୍ପାଦକ ରାମ ଚନ୍ଦ୍ର ଦଳେଇ,ପ୍ରସନ୍ନ କୁମାର ମିଶ୍ର ଯୋଗ ଦେଇଥିଲେ।
ସମଗ୍ର କାର୍ଯ୍ୟକ୍ରମ କୁ ସମ୍ମନ୍ୟୁତ ଭାବେ ପରିଚାଳନା କରିବା ପାଇଁ ସମ୍ପାଦକ ସୌମେନ୍ଦ୍ର ଦାସ ଙ୍କ ତତ୍ୱାବଧାନ ରେ ଶ୍ରୀମତୀ ମୀରା ମହାରଣା,ବିଜୟଲଷ୍ମୀ ଦାଶ,ମମତା ପାତ୍ର,ଉର୍ମିଳା ସ୍ୱାଇଁ,ଗୀତାଞ୍ଜଳି ସାମନ୍ତରାୟ ଙ୍କୁ ନେଇ ଗଠିତ ସମିତି ଏହି କାର୍ଯ୍ୟକ୍ରମ କୁ ସମ୍ପାଦନ କରିବେ।ଜଗଦୀଶ ଆଚାର୍ଯ୍ୟ,ପିତାମ୍ବର ମହାପାତ୍ର,ଡ଼ଃ ଏନ ସି ଦାସ,ଗୌରାଙ୍ଗ ଚରଣ ମିଶ୍ର,ମୁକ୍ତିକାନ୍ତ ଦାଶ ,ବୁଧଦେବ ମହାପାତ୍ର,ଦେବେନ୍ଦ୍ର ରଥ,ଲାଲା ଅନନ୍ତ କୁମାର ପ୍ରମୁଖ ଏହି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ।
ଶିବିର ରେ ଶତାଧିକ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ।ଆସନ୍ତା ୪ ତାରିଖ ଉଦଯାପନି ସଭା ରେ କୃତି ପ୍ରତିଯୋଗି ମାନଙ୍କୁ ସମ୍ମାନିତ କରାଯିବ।
କାର୍ଯ୍ୟକ୍ରମ ପ୍ରାରମ୍ଭ ରେ ସମୂହ ବନ୍ଦେ ମାତ ରଂ ଏବଂ ଶେଷ ରେ ସମୂହ ରାଷ୍ଟ୍ରଗାନ ଗାନ କରାଯାଇଥିଲା।
Related Stories
November 23, 2024