
ଓଡ଼ିଶାର ଆଇନ କାନୁନ ପରିସ୍ଥିତି ଅସମ୍ଭାଳ |ପ୍ରତ୍ୟକ ଦିନ ଚୋରି, ରାହାଜାନି, ବଳାତ୍କାର, ମଡ଼ର, ଡକାୟତି, ଗଣ୍ଡଗୋଳ, ନିଶା ବେପାର ବଢିଚାଲିଛି |ସେଇଭଳି ସ୍ୱାସ୍ଥ୍ୟ ଅବସ୍ଥା ବିପର୍ଯୟ ସହ ଏଠି ଯୁବ ଓ ଛାତ୍ର ହତାଶ |ନିଶା ଖାଇ କ୍ରାଇମକୁ ନିଜ ଭବିଷ୍ୟତ ରୂପେ ବାଛି ଦେଉଛନ୍ତି | ପ୍ରତ୍ୟକ ବସ୍ତି ଠୁ ଗାଁ ଗଣ୍ଡା ଯାଏ ଓଡିଶା ସରକାର ଙ୍କ ମାଳ ମାଳ ଯୋଜନା ହେଲେ ଆଜିବି ସବୁ ଅପହଞ୍ଚ | ପୁରୀ ଓଡ଼ିଶାର ପ୍ରାଣକେନ୍ଦ୍ର ହୋଇଥିବା ବେଳେ ଏଠି ଅନେକ ଅସୁବିଧା ରହିଛି |ମୁକୁଳା ପଡିଛି ବେଳା ମାର୍ଗ ଓ ମନ୍ଦିର ଚତୁର୍ପାଶ୍ୱ |ଆଜି ସମସ୍ତ ସଂଗ୍ରାମୀ ଛାତ୍ର ଓ ଯୁବ କଂଗ୍ରେସର କର୍ମୀ ଜନତା ସ୍ୱାର୍ଥ ଏବଂ ବିରୋଧି ଦଳର କର୍ତ୍ତବ୍ୟ ହେଲେ ଏଠି ପ୍ରଶ୍ନ କାହିଁକି ପୋଲିସ ପ୍ରଶାସନର ଭୟ କାହିଁକି ନେତା ମାନଙ୍କ ମନରେ ଭୟ ଘେରୁଛି | ଯଦି ଏଠି ଆମ ସରକାର ୧ ନମ୍ବର ଯଦି ଆମ ଓଡିଶା ୧ ନମ୍ବର ତେବେ କାହିଁକି ଭୟ?ମନ୍ତ୍ରୀଗଣଙ୍କୁ ଯୁବ ଓ ଛାତ୍ର କଂଗ୍ରେସ ପ୍ରତି ଆକ୍ରୋଶ ରୂପକ ପୋଲିସର ପଦକ୍ଷପ ଏବଂ ପୋଲିସ ଗୁଣ୍ଡାଗିରି କରିକି ଆଜି ଛାତ୍ର ଓ ଯୁବ କଂଗ୍ରେସର ୧୦ଜଣ ସଦସ୍ୟଙ୍କୁ ଜୋର ଜବରଦସ୍ତି ଉଠେଇବାର କାରଣ କଣ ? ଯୁବ କଂଗ୍ରେସ ନେତା ଆଲୋକ କୁମାର ଦାଶ, ବସ୍ତି ନେତା ମନୋଜ ମଣ୍ଡଳ, ଛାତ୍ର କଂଗ୍ରେସ ଜ଼ିଲ୍ଲା ସଭାପତି ଆଶୁତୋଷ ମିଶ୍ର, ଯୁବନେତା ତିରୁପତି ବେହେରା, ଛାତ୍ର ନେତା ଅଗସ୍ତିନ ଜୋସେଫ, ରୀଶାନ ଦାଶ, ସାହିଲ ମହାନ୍ତି, ସୋମନାଥ ନାୟକ, ସନ୍ଦୀପ ବିଶ୍ୱାଳ, ବିଶ୍ଵରୂପ ମହାନ୍ତି, ପାପୁନ ରେଡି ଙ୍କ ସହ ଅନ୍ୟ ୪ ରୁ ୫ଜଣ ପୋଲିସ ଦ୍ୱାରା ଜୋରଜବରଦସ୍ତ ଉଠାଇନେଇ ଅଟକ ରଖିଛନ୍ତି |