
ବଲାଙ୍ଗୀର, ଆସନ୍ତା ୧୭ ରୁ ୨୦ ତାରିଖ ପର୍ଯନ୍ତ ଯବାହାର ଲାଲ ନେହେରୁ ଇଣ୍ଡୋର ଷ୍ଟାଡିଅମରେ ଆୟୋଜିତ ହେବାକୁ ଯାଉଛି ୩୦ତମ ଜାତୀୟ ଜୁନିଅର(ୟୁ-୨୦) ଅଶୀଚାଲଣା ପ୍ରତିଯୋଗିତା। ଏଥିରେ ୨୭ ଟି ରାଜ୍ୟରୁ ଯୋଗଦେବେ ୮୦୦ ଖେଳାଳି। ଏନେଇ ବଲାଙ୍ଗୀର ଜେଏସଏମ କଲେଜରେ ୧ ତାରିଖରୁ ୧୨ ତାରିଖ ପର୍ଯନ୍ତ ହେବ ଜୁନିଅର ଅଶୀଚାଲଣା ତାଲିମ ଶିବିର। ଏହି ତାଲିମ ଶିବିରରେ ଯୋଗଦେବେ ରାଜ୍ୟର ବିଭିନ୍ନ ଜ଼ିଲ୍ଲାରୁ ଚୟନ ହେଇଥିବା ଖେଳାଳି। ଏହି ଖେଳାଳିମାନଙ୍କୁ ତାଲିମ ଦେବେ ଅଶୀଚାଲଣା ସଂଘର ଏନଆଇଏସ କୋଚ ସୁକାନ୍ତ ସେଠ୍ ଏବଂ ଶ୍ରୀମତୀ କରିଶ୍ମା ରାଉତ।
ଏନେଇ ଆଜି ବଲାଙ୍ଗୀର ଜେଏସ ଏମ କଲେଜରେ ଅନୁଷ୍ଠିତ ହୋଇଥିବା ଜୁନିଅର ତାଲିମ ଶିବିରରେ ମୁଖ୍ୟ ଅତିଥି ଭାବେ ୧୮୯ ବାଟାଲିୟନର କମାଣ୍ଡେଣ୍ଟ ପବନ କୁମାର ତିୱାରୀ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଭୀମ ଭୋଇ ମେଡିକାଲ କଲେଜର ଅଧ୍ୟକ୍ଷ ଡ଼କ୍ଟର ମହେନ୍ଦ୍ର କୁମାର ନାୟକ, ରାଜ୍ୟ ଅଶୀଚାଲଣା ସଂଘ ସହ ସମ୍ପାଦକ ସୁମିତ ରଂଜନ ପୁରୋହିତ, ମନୋଜ ମିଶ୍ର, ମନରଞ୍ଜନ ସାହୁ, ସିଏ ଶ୍ରୀକାନ୍ତ ଶର୍ମା, କୋଚ ସୁକାନ୍ତ ସେଠ୍ ନିରେଜ ମିଶ୍ର ଯୋଗଦେଇ ଖେଳାଳିଙ୍କୁ ଉତ୍ସାହିତ କରିଥିଲେ।