ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଇଏନଏର ପୂର୍ବତନ ଅଧିକାରୀ ମାଲେସିଆର ଅଞ୍ଜଲାଇ ପୋନୁସ୍ୱାମୀଙ୍କ ମୃତ୍ୟୁରେ ଗଭୀର ଶୋକ ବ୍ୟକ୍ତ କରିଛନ୍ତି ।
ପ୍ରଧାନମନ୍ତ୍ରୀ ଏକ ଟ୍ୱିଟରେ କହିଛନ୍ତି;
“ଆଇଏନଏର ପୂର୍ବତନ ଅଧିକାରୀ ମାଲେସିଆର ଅଞ୍ଜଲାଇ ପୋନୁସ୍ୱାମୀ ଜୀଙ୍କ ମୃତ୍ୟୁରେ ବେଶ ମର୍ମାହତ । ଭାରତର ସ୍ୱାଧୀନତା ସଂଗ୍ରାମରେ ତାଙ୍କ ସାହସ ଓ ପ୍ରେରଣାଦାୟୀ ଭୂମିକାକୁ ଆମେ ସଦାବେଳେ ମନେ ରଖିବୁ । ତାଙ୍କ ପରିବାର ଓ ପ୍ରିୟଜନଙ୍କୁ ସମବେଦନା ଜଣାଉଛି ।”