
ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବିଶ୍ୱ ବକ୍ସିଂ ଚାମ୍ପିଅନସିପର ଚାମ୍ପିଅନ ମହିଳା ବକ୍ସର ନିଖତ ଜରିନ, ମନୀଷା ମୌନ ଓ ପରବିନ ହୁଡାଙ୍କୁ ଭେଟିଛନ୍ତି ।
ଏକ ଟ୍ୱିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;
“ବିଶ୍ୱ ମହିଳା ବକ୍ସିଂ ଚାମ୍ପିଅନସିପରେ ଭାରତକୁ ଗର୍ବିତ କରିଥିବା ବକ୍ସର @ନିଖତ ଜରିନ, @ବକ୍ସରମୌନ ଓ ପରବିନ ହୁଡାଙ୍କୁ ଭେଟି ଆନନ୍ଦିତ ହେଲି । ସେମାନଙ୍କ ଜୀବନ ଯାତ୍ରା, ଖେଳ ପ୍ରତି ଆଗ୍ରହ ଓ ଜୀବନ ସମ୍ପର୍କରେ ବେଶ ଚିତ୍ତାକର୍ଷକ ଆଲୋଚନା ହେଲା । ଆଗାମୀ ପ୍ରୟାସ ପାଇଁ ସେମାନଙ୍କୁ ଶୁଭକାମନା ଜଣାଉଛି ।”