
ଗଞ୍ଜାମ,ବ୍ରହ୍ମପୁର ମହାନଗର ନିଗମ ୪୨ନମ୍ବର ୱାର୍ଡ ଶରଧାବାଲି ଛଅ ଲାଇନରେ ମଙ୍ଗଳବାର ବିଳମ୍ବିତ ରାତିରେ ବିଦ୍ୟୁତ ସର୍ଟସର୍କିଟ ଯୋଗୁଁ ଖୁଂଟଟି ହୁତୁହୁତୁ ହୋଇ ଜଳିଉଠିଥିଲା । ଫଳରେ ଏ ଅଂଚଳର ଜନସାଧାରଣ ଭୟଭୀତ ହୋଇପଡିଥିଲେ । ତା’ ପରଠାରୁ ଆଜି ମଧ୍ୟାହ୍ନ ଯାଏ ଖବର ଲେଖାଯିବା ସୁଦ୍ଧା ଅଂଚଳକୁ ତିନି ଦିନ ହେଲା ବିଦ୍ୟୁତ ଯୋଗାଣ ବନ୍ଦ ରହିଛି । ଫଳରେ ଏ ଅଂଚଳର ଜନସାଧାରଣ ଅନ୍ଧକାର ମଧ୍ୟରେ ରହିଥିବା ବେଳେ ପ୍ରବଳ ଗ୍ରୀଷ୍ମତାପଜନିତ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ।
ଅନ୍ୟପକ୍ଷରେ ସମ୍ପୃକ୍ତ ଅଂଚଳକୁ ତୁରନ୍ତ ବିଦ୍ୟୁତ ଯୋଗାଣ କରିବାକୁ ଶରଧାବାଲି ୱେଲଫର ଏସୋସିଏସନ ସମ୍ପାଦକ ସଚ୍ଚିଦାନନ୍ଦ ନାୟକ ବିଦ୍ୟୁତ ଏସଡିଓଙ୍କ ସହ ଏ ସମ୍ପର୍କରେ ଯୋଗାଯୋଗ କରିବାରୁ ତୁରନ୍ତ ମରାମତି କରି ଏ ଅଂଳରେ ପୂର୍ବବତ ବିଦ୍ୟୁତଯୋଗାଣକୁ ସ୍ଵାଭାବିକ୍ କରାଯିବ ବୋଲି ସେ ପ୍ରତିଶୃତି ଦେଇଛନ୍ତି ।