ଭୁବନେଶ୍ୱର, ବୁଧବାର ବିଳମ୍ବିତ ରାତ୍ରୀରେ ଭୁବନେଶ୍ୱର ସ୍ଥିତ ରସୁଲଗଡ଼ ଓଭରବ୍ରିଜରେ ଏକ ସିରିଜ ଦୁର୍ଘଟଣା ଘଟିଛି। ତେବେ ଏହି ଘଟଣାରେ କେବଳ ବାହନ ଗୁଡିକ କ୍ଷତିଗ୍ରସ୍ତ ହୋଇଥିବା ବେଳେ କାହାରି କିଛି ହୋଇ ନାହିଁ ।
ମିଳିଥିୂବା ସୂଚନା ଅନୁସାରେ ଏକ ଟ୍ରକ୍ ଦ୍ରୁତ ଗତିରେ ଆସି ରାସ୍ତାରେ ଯାଉଥିବା ଏକ କାର୍କୁ ପଛ ପଟରୁ ଧକ୍କା ଦେଇଥିଲା। ପରେ ଦୁର୍ଘଟଣା ଘଟିଥିବା ପ୍ରଥମ କାର୍ଟି ଆଗରେ ଯାଉଥିବା ଅନ୍ୟ ଏକ କାର୍କୁ ପିଟିଥିଲା। ଏହାପରେ ଉକ୍ତ କାର୍ଟି ତା’ ଆଗରେ ଥିବା ଅନ୍ୟ କାର୍ ସହ ଧକ୍କା ହୋଇଥିଲା।
ମଞ୍ଚେଶ୍ୱର ପୁଲିସ ପହଞ୍ଚି ଯାତ୍ରୀମାନଙ୍କ ଗାଡ଼ିରୁ ଉଦ୍ଧାର କରିଥିଲା। ଦୁର୍ଘଟଣାରେ କାର୍ ଗୁଡ଼ିକର ଆଗ ଓ ପଛ ଅଂଶ ଭାଙ୍ଗିରୁଜି ଯାଇଛି।