କନ୍ଧମାଳ, ମାସେ ବ୍ୟାପୀ ବେଶ ଧୁମଧାମରେ ଚାଲିଥିବା ମା”ନାରାୟଣୀ ଯାତ୍ରା ବୁଧବାର ସରିଲା । ରାତି ୧ ୨ ଟା ସମୟରେ ମା ଠାକୁରାଣୀ ମନ୍ଦିରରେ ପହଂଚିଥିଲେ । ଗତ ମାସ ୩ ତାରିଖ ଅକ୍ଷୀ ତୃତୀୟା ଦିନ ବିଶାଳ ପଟୁଆରରେ ବ୍ୟାଘ୍ରଦେବୀ, ବରାଳ ଦେବୀ, ବ୍ରାହ୍ମଣୀଦେବୀ, ଗ୍ରାମ୍ୟ ଦେବୀଙ୍କ ସମେତ ମା”ନାରାୟଣୀଙ୍କୁ ପୂଜାର୍ଚ୍ଚନା କରି ଆଜ୍ଞାମାଳ ନେଇ ଯାତ୍ରା ପଡ଼ିଆକୁ ଅଣାଯାଇଥିଲା । ସେହି ଦିନଠାରୁ ଯାତ୍ରା ଆରମ୍ଭ ହୋଇଥିଲା। ଗୁରୁବାର, ଅମାବାସ୍ୟା, ସଂକ୍ରାନ୍ତି ବ୍ୟତିତ ଅନ୍ୟସବୁ ଦିନ ୫ ଠାକୁରାଣୀନଗର ଭ୍ରମଣ କରି ଭକ୍ତଙ୍କ ଘରକୁ ଯାଇ ଭୋଗ ଖାଇଥିଲେ ହେଲେ ଶେଷଦଶ ଦିନ ନାଚଗୀତ ବାଜା, ଆଲୋକମାଳାରେ ଫାଟି ପଡୁଥିଲା । ସହରର ପ୍ରାୟ ସବୁ ଅଞ୍ଚଳରେ ସୁନ୍ଦର ତୋରଣ ସହ ରଙ୍ଗିନ ଆଲୋକମାଳାରେ ସଜ୍ଜା ଯାଇଥିଲା। ତା ସାଙ୍ଗକୁ ମିନା ବଜାରର ମଜା ଉଠାଇଥିଲେ ଦର୍ଶକ । ମାସଟା ଯାକ ନାଚଗୀତ ଡ୍ରାମା ଅପେରା ଚାଲିଥିଲେ ମଧ୍ୟ ପପୁ ପମ ପମ, ମଣ୍ଟୁଛୁରିଆ, ହ୍ୟୁମାନ ସାଗର ଆଦି ରାଜ୍ୟର ଅନେକ ନାମୀଦାମୀ କଳାକାରଙ୍କ ଉପସ୍ଥିତ ଓ ପ୍ରଦର୍ଶନ ସମସ୍ତଙ୍କୁ ବିଭୋର କରିଥିଲା । ମଙ୍ଗଳବାର ପଞ୍ଚଠାକୁରାଣୀଙ୍କ ଶେଷ ନଗରଭ୍ରମଣ ହୋଇଥିବାରୁ ଚାଇନା ମାର୍କେଟ ଠାରୁ ଠାକୁରାଣୀଙ୍କୁ ବିରାଟ ପଟୁଆରରେ ଆବାହନ କରିନେଇ ପୂଜାର୍ଚ୍ଚନା କରିଥିଲେ । ଏହା ଦେଖିବା ଲାଗି ହଜାର ହଜାର ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା ।
ଗତକାଲି ଦିନ ବେଳେ ସମସ୍ତ ଠାକୁରାଣୀ ନିଜ ନିଜ ମନ୍ଦିରକୁ ଫେରିଯିବା ପରେ ମା ନାରାୟଣୀ ବିଶାଳ ପଟୁଆରରେ ରାତ୍ରି ଆଠଘଣ୍ଟା ପରେ ମନ୍ଦିରକୁ ଫେରିଥିଲେ। ଭକ୍ତମାନଙ୍କୁ ପୁଣି ଆଉ ଦୁଇ ବର୍ଷ ଅପେକ୍ଷା କରିବାକୁ ପଡିବ।
ଯାତ୍ରା କମିଟିର ସଭାପତି ତଥା ବିଶିଷ୍ଟ ବ୍ୟବସୀୟ ପି. ସୁଧାଂଶୁ ସେନାପତି, ଓ ସଂପାଦକ ଦୁର୍ଗାପ୍ରସାଦ ତ୍ରିପାଠି, ଉପସଭାପତି ସୁଜିତ ବେହେରାଙ୍କ ବଳିଷ୍ଠ ନେତୃତ୍ଵ ଆନ୍ତରିକ ସହଯୋଗ, ଉଦ୍ୟମ ଓ ନିଷ୍ଠା ସାଙ୍ଗଙ୍କୁ କମିଟି ସଦସ୍ୟ ଓ ଭକ୍ତ ମାନଙ୍କ ଉଦ୍ୟମରେ ଏହି ଯାତ୍ରା ଶାନ୍ତିଶୃଙ୍ଖଳାର ସହ ସଫଳତାର ସହ ସମାପ୍ତି ହୋଇଛି। ସେହିପରି ଶେଷ ଦିନରେ ବି ପୋଲିସ କର୍ମଚାରୀ ଓ ଅଫିସରମାନେ ନିଷ୍ଠା ଓ ଆନ୍ତରିକତାର ସହ ଟ୍ରାଫିକ ନିୟନ୍ତ୍ରଣ କରିଥିଲେ ।