ଭୁବନେଶ୍ଵର, ମଙ୍କି ଫକ୍ସ ଏବେ କିଛି କିଛି ଦେଶରେ ବ୍ୟାପିଛି ଆଉ କିଛି ଦେଶରେ ବ୍ୟାପିବାକୁ ଲାଗିଲାଣି। ଗତ ମାସ ସୁଦ୍ଧା ଦେଶରେ ମଙ୍କି ଫକ୍ସର କୌଣସି ତଥ୍ୟ ନାହିଁ। ଯଦି ମଙ୍କି ଫକ୍ସ ଦେଶରେ ବ୍ୟାପେ ତେବେ ସରକାରଙ୍କ ପକ୍ଷରୁ ୨ ପ୍ରକାରର ସର୍ଭିଲାନ୍ସ କରାଯିବ। ଗୋଟିଏ ହେଲା କମ୍ୟୁନିଟି ସର୍ଭିଲାନ୍ସ ଏବଂ ଅନ୍ୟଟି ହସ୍ପିଟାଲ ସର୍ଭିଲାନ୍ସ। ସ୍ଵାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ଏହି ସୂଚନା ଦେଇଛନ୍ତି ।
ସେ କହିଛନ୍ତି ଯେ ଯଦି କୌଣସି କମ୍ୟୁନିଟିରେ ଏଭଳି ରୋଗୀ ରହିଛନ୍ତି ତେବେ ସେମନଙ୍କୁ ଆଇସଲେସନ କରିବା ସହ ସେମାନଙ୍କର ଟେଷ୍ଟ କରାଯିବ। ଯଦି ହସ୍ପିଟାଲରେ ଏଭଳି ରୋଗୀ କିମ୍ଵା ଛୋଟ ଛୁଆ ଆସୁଛନ୍ତି ସେମନଙ୍କ ଉପରେ କଡ଼ା ନଜର ରହିବ। ବିଶେଷ କରି ଏହି ମଙ୍କି ଫକ୍ସରେ ଜ୍ୱର ସାଙ୍ଗକୁ ଘା ହୋଇଥାଏ। ବର୍ତ୍ତମାନ ରାଜ୍ୟର ଥିବା ସମସ୍ତ ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ମଙ୍କି ଫକ୍ସ ଉପରେ ଅବଗତ କରାଯାଇଥିବା ସେ ପ୍ରକାଶ କରିଛନ୍ତି ।