-
ସକାଳ 8ଟାରୁ ଭୋଟ ଗ୍ରହଣ
ଭୁବନେଶ୍ବର, ଶୁକ୍ରବାର ଦିନ ବ୍ରଜରାଜନଗର ଉପ ନିର୍ବାଚନ ଭୋଟ ଗଣତି ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି । ଭୋଟ ଗଣନା ପ୍ରକ୍ରିୟାକୁ ସୁରୁଖୁରରେ କରିବାକୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ବୋଲି ରାଜ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ ସୂଚନା ଦେଇଛନ୍ତି ।
ସେ କହିଛନ୍ତି ଯେ ଭୋଟ ଗଣତି କେନ୍ଦ୍ରରେ କେନ୍ଦ୍ରୀୟ ଅର୍ଧ ସୁରକ୍ଷା ବଳ, ସଶସ୍ତ୍ର ପୋଲିସ ବାହୀନି ସହ ଓଡ଼ିଶା ପୋଲିସର ଜବାନ ମାନଙ୍କୁ ନିୟୋଜିତ କରାଯାଇଛି ।
ସେ କହିଛନ୍ତି ଯେ ଆସନ୍ତା କାଲି ସକାଳ 8ଟାରୁ ଭୋଟ ଗଣତି କାର୍ଯ୍ୟ ଆରମ୍ଭ ହେବ । ପ୍ରଥମେ 30ମିନିଟ ପୋଷ୍ଟାଲ ବାଲଟପେପର ଗଣତି ହେବ ଓ ପରେ ଇଭିଏମ ଗଣତି ହେବ । 14 ଟି ଟେବୁଲରେ ଗଣତି କରାଯିବ । ମୋଟ 279 ବୁଥ ଥିବାରୁ 20ରାଉଣ୍ଡ କାଉଣ୍ଟ ହେବ ବୋଲି ସେ କହିଛନ୍ତି ।
ସେ କହିଛନ୍ତି ଯେ ପ୍ରତି ଟେବୁଲରେ 4ଜଣ କାଉଣ୍ଟିଂ ଅଫିସର ରହିବେ ପ୍ରତି ରାଉଣ୍ଡ ପରେ ଫଳାଫଳ ମାଇକ ଯୋଗେ ଜଣାଯିବ ବୋଲି ସେ କହିଛନ୍ତି ।