ବଲାଙ୍ଗିର, ବଲାଙ୍ଗିର ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଅଭିଯୋଗ ଜନ ଶୁଣାଣୀ ଜୁନ ମାସରେ ଧାର୍ଯ୍ୟ କରାଯାଇଛି । ମାସର ପ୍ରଥମ ସୋମବାର ୬ ତାରିଖ ଦିନ ବଲାଙ୍ଗିର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସଭାଗୃହରେ ଜନଶୁଣାଣି ହେବାକୁ ଥିବାବେଳେ ପରବର୍ତ୍ତୀ ସୋମବାର ୧୩ ତାରିଖରେ ସଦର ଉପଖଣ୍ଡ ଗୁଡ଼ଭେଲା ବ୍ଲକ କାର୍ଯ୍ୟାଳୟରେ ହେବ। ତୃତୀୟ ସୋମବାର ୨୦ ତାରିଖ ଦିନ ବେଲପଡା ବ୍ଲକ କାର୍ଯ୍ୟାଳୟରେ ଯୁଗ୍ମ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଜୁନ ୨୭ ତାରିଖ ଦିନ ଚତୁର୍ଥ ଜନଶୁଣାଣି ମୁରିବାହାଲ ବ୍ଲକ କାର୍ଯ୍ୟାଳୟରେ ଅନୁଷ୍ଠିତ ହେବ। ଏହି ଦିବସ ଗୁଡିକରେ ସମ୍ପୃକ୍ତ ଅଂଚଳର ଜନସାଧାରଣ ସେମାନଙ୍କ ବ୍ୟକ୍ତିଗତ ଓ ସାମୂହିକ ଅଭିଯୋଗ ସମସ୍ୟା ମାନ ଦାଖଲ କରିପାରିବେ। ସମ୍ପୃକ୍ତ ଶୁଣାଣୀ ଗୁଡିକରେ ବିଭିନ୍ନ ବିଭାଗର ଜିଲ୍ଲା ଓ ବ୍ଲକ ସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ରହିବେ।
ଜନସାଧାରଣ ଏହାର ସୁଯୋଗ ନେଇ ନିଜ ନିଜର ସାମୁହିକ ଓ ବ୍ୟକ୍ତିଗତ ଅଭିଯୋଗ ସମାଧାନର ସୁଯୋଗ ନେବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି।