ଗଞ୍ଜାମ, ଜନସାଧାରଣ, ବିଭିନ୍ନ ସଂଗଠନର ଧାରଣା, ଦାବି ଓ ବିକ୍ଷୋଭ ପରେ ଶେଷରେ ୩୫ ଜଣ ପିଜି ଡାକ୍ତରଙ୍କୁ ଏମକେସିଜି ମେଡିକାଲରେ ନିଯୁକ୍ତି ବିଜ୍ଞପ୍ତି ଜାରୀ କରି ଏଠାରେ ଡାକ୍ତର ଅଭାବଜନିତ ସମସ୍ୟାର ମୁକାବିଲା ଉଦ୍ୟମ କରାଯାଇଛି । କିନ୍ତୁ, ଏମାନଙ୍କୁ ଅଧ୍ୟୟନ ପରବର୍ତି ନିଯୁକ୍ତି ଚୁକ୍ତି ଅନୁସାରେ ଏକ ବର୍ଷ ପାଇଁ ଅର୍ଥାତ୍ ଆସନ୍ତା ୨୦୨୩ ଜୁନ୍ ପର୍ଯ୍ୟନ୍ତ ନିଯୁକ୍ତି ଦିଆଯାଇଥିବା ରାଜ୍ୟ ସ୍ଵାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଜାରୀ କରାଯାଇଥିବା ନିର୍ଦ୍ଦେଶନାମାରେ ଉଲ୍ଲେଖ କରାଯାଇଛି । ରାଜ୍ୟ ସରକାର ଏଠାରୁ ସମସ୍ତ ଗୁରୁତ୍ଵପୂର୍ଣ୍ଣ ବିଭାଗର ୨୫ ଜଣ ବରିଷ୍ଠ ବିଶେଷଜ୍ଞ ଡାକ୍ତରଙ୍କୁ ଗତ ୩ ମାସ ମଧ୍ୟରେ ଅନ୍ୟତ୍ର ବଦଳି କରି ଶୂନ୍ୟସ୍ଥାନ ଭରଣା କରିବାକୁ ୩୫ ପିଜି ଡାକ୍ତରଙ୍କୁ ନିଯୁକ୍ତି ଦେଇଛନ୍ତି । ତେବେ ଏହି ପିଜି ଡାକ୍ତର ମାନେ ବରିଷ୍ଠ ଡାକ୍ତରଙ୍କ ଅଭାବ କେତେ ଦୂର କରିବାରେ ସମର୍ଥ ହେବେ ତାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଖାଲି ପଦବୀ ପୂରଣ କରିଦେଲେ ହେବ ନାହିଁ, ଅଭିଜ୍ଞ ଡାକ୍ତରଙ୍କୁ ଏମକେସିଜିରେ ନିଯୁକ୍ତି କରିବାକୁ ବୁଦ୍ଧିଜିବୀ ମହଲରେ ଦାବି ହେଉଛି ।
Related Stories
November 23, 2024