
ବଲାଙ୍ଗିର, ବଲାଙ୍ଗିର ଜିଲ୍ଲା ସିରାବାଲ ଛକ ନିକଟରେ ଦୁଇ ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ସ୍ଵାମୀ ସ୍ତ୍ରୀ ଗୁରୁତର ଅବସ୍ଥାରେ ବଲାଙ୍ଗିର ମେଡିକାଲରେ ଭର୍ତ୍ତି ହୋଇଥିବା ଖବର ମିଳିଛି । ଗୁରୁତର ସ୍ଵାମୀ ସ୍ତ୍ରୀ ହେଲେ ହରେକୃଷ୍ଣ ନନ୍ଦ(୪୮) ଏବଂ ବନିତା ବାଗ (୪୨) ବୋଲି ଜଣାପଡିଛି ।
ସୂଚନା ଅନୁସାରେ, ହରେକୃଷ୍ଣ ଏବଂ ବନିତା ନିକଟସ୍ଥ ଅଙ୍ଗନୱାଡି କେନ୍ଦ୍ରକୁ ଯାଉଥିବା ସମୟରେ ସାମ୍ନାପଟୁ ଆସୁଥିବା ଏକ ବାଇକ ସହ ମୁହାଁମୁହିଁ ଧକ୍କା ହୋଇଥିଲେ । ଫଳରେ ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ସ୍ଵାମୀ ହରେକୃଷ୍ଣ ଏବଂ ସ୍ତ୍ରୀ ବନିତାଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲେନ୍ସ ଯୋଗେ ବଲାଙ୍ଗିର ଭୀମ ଭୋଇ ମେଡିକାଲରେ ଭର୍ତ୍ତି କରିଥିଲେ ।