
-
ରାଜସ୍ଵ ସରକାରଙ୍କ ରାଜକୋଷକୁ ଯାଉଛି ତ !
ସାଲେପୁର, ସରକାର ରାଜସ୍ଵ ବୃଦ୍ଧି ପାଇଁ ତାଙ୍କ ଅଧିନରେ ଥିବା ବିଭିନ୍ନ ବିଭାଗରୁ ରାଜସ୍ଵ ବୃଦ୍ଧି କରିବା ପାଇଁ ପରାମର୍ଶ ଦେଉଥିଲାବେଳେ ନିଶ୍ଚିନ୍ତକୋଇଲି ତହସିଲ କର୍ତ୍ତୃପକ୍ଷଙ୍କ ଉଦାସୀନତା ପାଇଁ ସରକାରଙ୍କ ବହୁ ପରିମାଣରେ ରାଜସ୍ଵ କ୍ଷତି ହେଉଥିବା ପରିଲକ୍ଷିତ ହେଇଛି ।
ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, ଏହି ତହସିଲ ଅଧିନରେ ଥିବା ଆର.ଆଇ ସର୍କଲମାନଙ୍କରେ ଯଥା ଚିତ୍ରୋତ୍ପଳା ଓ ଲୁଣାନଦୀ ଶଜ୍ଯାରୁ ଶହ ଶହ ଟ୍ରିପ୍ ବାଲି ଉଠାଇ ପ୍ରଶାସନକୁ ଠକୁଥିଲା ବେଳେ ଅନୁରୂପ ଇଟା ପକାଉଥିବା ବ୍ୟକ୍ତିମାନେ ମଧ୍ୟ ସରକାରଙ୍କୁ ରାଜସ୍ଵ ଦେଉନଥିବା ଅଭିଯୋଗ ହୋଇଛି । ସେହିପରି ଚିତ୍ରୋତ୍ପଳା ନଦୀର ୦ ଠାରୁ୧୭ କି.ମି. ଦୂର ରାସ୍ତା ଉନ୍ନତିକରଣ ପାଇଁ ସରକାର୧୨ କୋଟି ଟଙ୍କା ଅନଦାନ ଦେଇଛନ୍ତି । ବନ୍ଧ ଉଭୟ ପାଶ୍ୱର୍ରେ ମାଟି ପକାଇ ଦୋହରୀକରଣ କରାଯାଉଛି । ଦୋହରୀକରଣ କାର୍ଯରେ ପକାଯାଉଥିବା ଶହ ଶହ ଟ୍ରିପ୍ ମାଟି ସ୍ଥାନୀୟ ଅଂଚଳରୁ ଆସୁଥିଲେ ବି ନେମାଳ, ଝାଡେଶ୍ଵରପୁର, ନରେନ୍ଦ୍ରପୁର ଆରଆଇ ସର୍କଲ ଅଧିନରେ ଟଙ୍କାଟିଏ ରାଜସ୍ଵ ଆଦାୟ ହୋଇନଥିବା ଜଣାଯାଇଛି । ଯାହାଫଳରେ କଟକ ଉପଜିଲ୍ଲାପାଳ ପ୍ରତାପ ବେଉରା ଠିକାଦାରଙ୍କ ପାଖରୁ ରୟାଲଟି ଆଦାୟ କରିବା ପାଇଁ ନିଶ୍ଚିନ୍ତକୋଇଲି ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସରକାରଙ୍କ ରାଜସ୍ଵ ବୃ୍ଦ୍ଧି ପାଇଁ ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶ ତହସିଲ ସ୍ତରରେ କେତେ ଦୂର କାର୍ଯ୍ୟକାରୀ ହେଉଛି ତାହା ଦେଖିବାକୁ ବାକି ରହିଛି ।