-
ମାଥିଲି ଥାନାର ନୂତନ କୋଠାକୁ ଉଦଘାଟନ କଲେ ଡିଜି :
-
୫୦ ମାଓ ସମର୍ଥକଙ୍କ ଆତ୍ମସମର୍ପଣ
ମାଲକାନଗିରି, ପୋଲିସ ଡିଜି ସୁନିଲ ବଂଶଲଙ୍କ ଆଜି କୋରାପୁଟ ଓ ମାଲିକାନଗିରି ଜିଲ୍ଲାର ସ୍ଵାଭିମାନ ଅଂଚଳ ଗସ୍ତ କରିଛନ୍ତି । ଏହି ଗସ୍ତ କାଳରେ ସ୍ଵାଭିମାନ ଅଂଚଳର ଯନ୍ତ୍ରୀସ୍ଥିତ ବିଏସଏଫ କ୍ୟାମ୍ପରେ ଡିଜିପିଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି ୫୦ ଜଣ ମାଓ ସମର୍ଥକ ଗ୍ରାମବାସୀ । ତନ୍ମଧ୍ୟରେ ଦୁଇ ଜଣ ମହିଳା ମାଓ ସମର୍ଥକ ଗ୍ରାମବାସୀ ରହିଥିବା ନେଇ ପୋଲିସ ଡିଜି ସୁନିଲ ବଂଶଲ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।
ଏହି ଗସ୍ତ କାଳରେ ସେ ବିଏସଏଫ ଓ କୋବ୍ରା ବାଟାଲିୟନର ଯବାନ ମାନଙ୍କ ସହିତ ମାଓ ଦମନ ରଣନୀତି ଓ ସ୍ଵାଭିମାନ ଅଂଚଳରେ ଆଇନ ଶୃଙ୍ଖଳା ପରିସ୍ଥିତି ନେଇ ଆଲୋଚନା କରିଛନ୍ତି । ଆତ୍ମସମର୍ପଣ କରିଥିବା ଗ୍ରାମବାସୀଙ୍କୁ ଡିଜିପି ବିଭିନ୍ନ ସାମଗ୍ରୀ ଯଥା ଶାଢ଼ୀ, ସେମାନଙ୍କ ପିଲା ମାନଙ୍କ ନିମନ୍ତେ ପାଠ୍ୟପୁସ୍ତକ ବଂଟନ କରିଥିଲେ । ଏହି ଅବସରରେ ମାଥିଲି ଥାନାର ନୂତନ କୋଠାକୁ ଉଦଘାଟନ କରିଛନ୍ତି ଡିଜିପି ସୁନିଲ ବଂଶଲ ।