ନୂଆଦିଲ୍ଲୀ, ଏପ୍ରିଲ୍, ୨୦୨୨ ପାଇଁ ସର୍ବ ଭାରତୀୟ ସିପିଆଇ-ଆଇଡବ୍ଲ୍ୟୁ ୧.୭ ପଏଣ୍ଟଣ୍ଟବୃଦ୍ଧି ପାଇ ୧୨୭.୭ ରେ ପହଞ୍ଚିଛି (ଏକ ଶହ ସତେଇଶ ଦଶମିକ ସାତ ପଏଣ୍ଟ) । ୧ ମାସର ଶତକଡା ପରିବର୍ତ୍ତନ ଉପରେ, ଏହା ପୂର୍ବ ମାସ ତୁଳନାରେ ୧.୩୫ ପ୍ରତିଶତ ବୃଦ୍ଧି ପାଇଛି ଏବଂ ଏକ ବର୍ଷ ପୂର୍ବେ ଏହି ସମୟରେ ରେକର୍ଡ ହୋଇଥିବା ସୂଚକାଙ୍କ ତୁଳନାରେ ୦.୪୨ ପ୍ରତିଶତ ବୃଦ୍ଧି ହୋଇଛି ।
ସାମ୍ପ୍ରତିକ ସୂଚକାଙ୍କରେ ଅଧିକ ଚାପ ଖାଦ୍ୟ ଏବଂ ପାନୀୟ କ୍ଷେତ୍ରରୁ ଆସିଛି ଯାହା ସମୁଦାୟ ବୃଦ୍ଧିକୁ ୦.୮୦ ପ୍ରତିଶତ ପଏଣ୍ଟ ଯୋଗାଉଛି । ସାମଗ୍ରୀ କ୍ଷେତ୍ରରେ ଚାଉଳ, ଗହମ ଅଟା, ଆଳୁ, ଟମାଟୋ, ଫୁଲକୋବି, ଫ୍ରେଞ୍ଚ ବିନ୍, ମଟର, ଲେମ୍ବୁ, ବାଇଗଣ, ସେଓ, କଦଳୀ, କମଳା ସୋୟାବିନ୍ ତେଲ, ସୂର୍ଯ୍ୟମୁଖୀ ତେଲ, କ୍ଷୀର, ଗାଈ କ୍ଷୀର, ଚିକେନ୍, ରନ୍ଧା ଖାଦ୍ୟ, ପେଟ୍ରୋଲ୍, ଡିଜେଲ୍ ରନ୍ଧନ ଗ୍ୟାସ୍, କିରୋସିନି ତେଲ, ଅଟୋ ରିକ୍ସା ଭଡା, ବସ୍ ଭଡା, ଏଲୋପାଥିକ୍ ମେଡିସିନ୍, ମୋବାଇଲ୍ ଫୋନ୍, ମୋଟର ସାଇକେଲ, ବାରିକ ଏବଂ ପ୍ରସାଧନ ବ୍ୟୟ ଇତ୍ୟାଦି ସୂଚକାଙ୍କ ବୃଦ୍ଧି ପାଇଁ ଦାୟୀ । ଅବଶ୍ୟ, ଏହି ବୃଦ୍ଧି ମୁଖ୍ୟତଃ ପିଆଜ, ସଜନାଛୁଇଁ, କଲରା, ପୋଟଳ, କଞ୍ଚାଲଙ୍କା, ଗାଜର, ଅଣ୍ଡା, ବିଦ୍ୟୁତ ଦେୟ, ଫୁଲହାର ଇତ୍ୟାଦି ଦ୍ୱାରା ସୂଚକାଙ୍କ ଉପରେ କମ ଚାପ ପକାଇ ପାରିଥିଲା ।
କେନ୍ଦ୍ର ସ୍ତରରେ ଗୁରୁଗ୍ରାମରେ ସର୍ବାଧିକ ୭.୪ ପଏଣ୍ଟଣ୍ଟ ବୃଦ୍ଧି ରେକର୍ଡ ହୋଇଥିବାବେଳେ ଜଲନ୍ଧରରେ ୬.୫ ପଏଣ୍ଟଣ୍ଟ ରେକର୍ଡ ହୋଇଛି । ଅନ୍ୟମାନଙ୍କ ମଧ୍ୟରେ, ୩ ଟି କେନ୍ଦ୍ର ୫ ରୁ ୫.୯ ପଏଣ୍ଟ ମଧ୍ୟରେ ବୃଦ୍ଧି, ୩ ଟି କେନ୍ଦ୍ର ୪ ରୁ ୪.୯ ପଏଣ୍ଟ ମଧ୍ୟରେ ବୃଦ୍ଧି, ୩ ରୁ ୩.୯ ପଏଣ୍ଟ ମଧ୍ୟରେ ୩ ଟି କେନ୍ଦ୍ର, ୨ ରୁ ୨.୯ ପଏଣ୍ଟ ମଧ୍ୟରେ ୨୩ ଟି କେନ୍ଦ୍ର, ୧ ରୁ ୧.୯ ପଏଣ୍ଟ ମଧ୍ୟରେ ୩୨ ଟି କେନ୍ଦ୍ର ଏବଂ ୧୯ ଟି କେନ୍ଦ୍ରରେ ୦.୧ ରୁ ୦.୯ ପଏଣ୍ଟ ରେକର୍ଡ ହୋଇଛି । ଅପରପକ୍ଷେ, ଦାର୍ଜିଲିଂ ସର୍ବାଧିକ ୦.୮ ପଏଣ୍ଟ ହ୍ରାସ କରିଛି ଏବଂ ଏହା ପଛକୁ ଅଲୱାର ଏବଂ ସିଲଂ ପ୍ରତ୍ୟେକ ୦.୨ପଏଣ୍ଟ ହ୍ରାସ କରିଛନ୍ତି ।
ବର୍ଷ ପରେ ବର୍ଷ ବୃଦ୍ଧି ପାଉଥିବା ମୁଦ୍ରାସ୍ଫୀତି ଏହି ମାସରେ ୬.୩୩ ପ୍ରତିଶତରେ ପହଞ୍ଚଛି ଯାହା ପୂର୍ବ ମାସରେ ୫.୩୫ ପ୍ରତିଶତ ଏବଂ ପୂର୍ବ ବର୍ଷର ସମାନ ମାସରେ ୫.୧୪ ପ୍ରତିଶତ ରହିଥିଲା । ସେହିଭଳି ଖାଦ୍ୟ ସୂଚକାଙ୍କ ଅଭିବୃଦ୍ଧି ୭.୦୫ ପ୍ରତିଶତରେ ପହଞ୍ଚିଛି ଯାହା ପୂର୍ବମାସରେ ୬.୨୭ ପ୍ରତିଶତ ରହିଥିଲା ଏବଂ ପୂର୍ବବର୍ଷର ଏହି ମାସରେ ୪.୭୮ ପ୍ରତିଶତ ଥିଲା ।