
ଭୁବନେଶ୍ୱର: ଖଣ୍ଡଗିରି ଥାନା ବରବାରି ଓୟୁଏଟି ପରିସରରେ ଥିବା ଏକ ନାଳରୁ ମଣିଷର କଟା ଗୋଡ଼ ଉଦ୍ଧାର ପ୍ରଥମେ ସ୍ଥାନୀୟ ଲୋକ ଦେଖିବା ପରେ ଏନେଇ ପୁଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ଖଣ୍ଡଗିରି ପୁଲିସ ପହଞ୍ଚି କଟା ଗୋଡ଼ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି।
କେମିତି ଓ କେଉଁଠାରୁ ଏଠାକୁ କଟା ଗୋଡ଼ ଆସିଲା, ସେନେଇ ପୁଲିସ ଛାନଭିନ ଆରମ୍ଭ କରିଛି। ତେବେ କାହାକୁ ହତ୍ୟା କରାଯାଇ କଟା ଗୋଡ଼ ପକାଯାଇଛି ନା ଏହା ପଛରେ ଆଉ କିଛି କାରଣ ରହିଛି, ସେନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି। ତେବେ ପୁଲିସର ତଦନ୍ତ ପରେ ପ୍ରକୃତ କାରଣ ସ୍ପଷ୍ଟ ହେବ।