
ବଲାଙ୍ଗିର, ବଲାଙ୍ଗିର ଜିଲା ବଲାଙ୍ଗିର ବ୍ଲକର ଫାସଡ଼ ଗ୍ରାମ ନିକଟବର୍ତି ସୁକତେଲ ନଦୀକୁ ଆଜି ଭୋରରୁ ଗାଧୋଇବାକୁ ଯାଇଥିବା ବେଳେ ବାଲି ବୋଝେଇ ହାଇୱା ଚାପାରେ ଜଣେ ମହିଳାଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ମୃତ ମହିଳା ଜଣକ ଫାସଡ଼ ଗ୍ରାମର ବୋଲି ଜଣାପଡିଛି । ତେବେ ତାଙ୍କର ସମ୍ପୂର୍ଣ୍ଣ ପରିଚୟ ମିଳିପାରିନାହିଁ । ଅନ୍ୟପକ୍ଷରେ ଘଟଣାକୁ ନେଇ ସେଠାରେ ଉତେଜନା ପ୍ରକାଶ ପାଇଛି । ଉତ୍ୟେକ୍ତ ଲୋକେ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବି କରିଛନ୍ତି । ଖବର ପାଇ ଲୋଇସିଂହା ଥାନା ପୋଲିସ ଘଟଣାସ୍ଥଳରେ ପହଂଚି ଉତ୍ୟେକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ ଏନେଇ ତଦନ୍ତ ଜାରୀ ରଖିଛି ।