
ଭୁବନେଶ୍ୱର,ଅଖିଳ ଭାରତ କଂଗ୍ରେସ କମିଟି ପକ୍ଷରୁ ଉଦୟପୁର ଠାରେ ଅନୁଷ୍ଠିତ ହୋଇଥିବା ନବଂସକଳ୍ପ ଶିବିରର ନିଷ୍ପତି ଅନୁଯାୟୀ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଆଜି ଠାରୁ ଦୁଇ ଦିନିଆ ନବ ସଂକଳ୍ପ ଶିବିର ଆରମ୍ଭ ହୋଇଛି । ଏହି ସଂକଳ୍ପ ଶିବିରରେ ଦଳକୁ ତୃଣମୂଳ ସ୍ତରରୁ ମଜବୁତ କରିବା ସହ 2024 ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତ କରିବାକୁ ନେଇ ଆଲୋଚନା ହେଉଛି ଯ
ଭୁବନେଶ୍ୱର ୟୁନିଟ-୪ ସ୍ଥିତ ଇନଷ୍ଟିଚ୍ୟୁଟ ଅଫ ଇଞ୍ଜିନିୟରସ୍ ସଭା ଗୃହରେ ପୂର୍ବାହ୍ନରେ ପ୍ରଦେଶ କଂଗ୍ରେସ କମିଟି ନବ ନିଯୁକ୍ତ ସଭାପତି ଶରତ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହି ଶିବିର ଆରମ୍ଭ ହୋଇଛି । ଏହି କାର୍ଯ୍ୟକ୍ରମରେ ଓଡ଼ିଶା ପ୍ରଭାରୀ ଡ. ଏ ଚେଲା କୁମାର, ଅଖିଳ ଭାରତ କଂଗ୍ରେସ କମିଟି ସଂପାଦକ ଜି.ରୁଦ୍ର ରାଜୁ ଏବଂ ଅନ୍ୟାନ୍ୟ ନେତୃବୃନ୍ଦ ଯୋଗଦେଇଛନ୍ତି । ।
ବୁଧବାର ବୈଠକରେ ସମସ୍ତ କଂଗ୍ରେସ ସାଂସଦ, ବିଧାୟକ, ପୂର୍ବତନ ସାଂସଦ ଓ ବିଧାୟକ, ପୂର୍ବତନ ପିସିସି ସଭାପତି, ୨୦୧୯ ସାଧାରଣ ନିର୍ବାଚନର ସାଂସଦ ଓ ବିଧାୟକ ପ୍ରାର୍ଥୀ ଓ ଅନ୍ୟ ମାନେ ଯୋଗଦେଇଥିବା ଜଣା ପଡିଛି ।