
ଭୁବନେଶ୍ବର, କଂଗ୍ରେସ ସଂଗଠନକୁ ସୁଦୃଢ କରିବାକୁ କଂଗ୍ରେସ ପକ୍ଷରୁ ସବୁ ଜିଲ୍ଲାରେ ପଦଯାତ୍ରା କାର୍ଯକ୍ରମ ମାନ ଆୟୋଜିତ କରାଯିବ ବୋଲି ପିସିସିର ନବ ନିଯୁକ୍ତ ସଭାପତି ଶରତ ପଟ୍ଟନାୟକ ସୂଚନା ଦେଇଛନ୍ତି ।
ସେ କହିଛନ୍ତି ଯେ ପ୍ରତି ଜିଲ୍ଲା ରେ ସେ 75 କିମି ପଦ ଯାତ୍ରା କରିବେ । ସେହିପରି ଜିଲ୍ଲା ବ୍ଲକ ଓ ମଣ୍ଡଳ ସ୍ତର ରେ ହେବ ଦଳର ଅଧିବେଶନ ହେବ।
ସେ କହିଛନ୍ତି ଯେ ଓଡିଶା ରେ କଂଗ୍ରେସ ର ଲଢେଇ ଆଗକୁ ବିଜେଡି ସହ ହେବ । 9 ବିଧାୟକ ଓ ଗୋଟିଏ ସାଂସଦ ରେ କଂଗ୍ରେସ ସରକାର କୁ ଆସି ପାରିବନି ଭାବୁଥିବା ଲୋକ ଚିନ୍ତାଧାରା ବଦଳାନ୍ତୁ ବୋଲି ସେ କହିଛନ୍ତି ।
ଶରତ ପଟ୍ଟନାୟକ ବିଦ୍ରୋହୀ ମାନଙ୍କୁ କଡ଼ା ଚେତାବନୀ ଦେଇ କହିଛନ୍ତି ଯେ ସେ କାନ କୁହା କଥା ମୁଁ ଶୁଣିବିନି । କିଏ କାହା ଘରକୁ ଗଲା , କଣ କଲା ସେ କଥା ତାଙ୍କୁ କେହି ନ କହିବାକୁ ସେ ପରାମର୍ଶ ଦେଇଛନ୍ତି ।