-
ରାମ ମନ୍ଦିର ରାଷ୍ଟ୍ରର ଏକାତ୍ମତାର ପ୍ରତୀକ ହେବ – ଯୋଗୀ |
ଅଯୋଧ୍ୟା, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବୁଧବାର ଦିନ ଅଯୋଧ୍ୟା ଶ୍ରୀ ରାମ ଜନ୍ମଭୂମି ସ୍ଥାନରେ ପହଞ୍ଚି ସାଧୁ ସନ୍ଥ ମାନଙ୍କର ଉପସ୍ଥିତିରେ ପବିତ୍ର ଶ୍ରୀରାମମନ୍ଦିର ଗର୍ଭଗୃହର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି। ଏହି ଅବସରରେ ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ସଭାପତି ମହନ୍ତ ନୃତ୍ୟ ଗୋପାଳ ଦାସ, ଟ୍ରଷ୍ଟର କୋଷାଧ୍ୟକ୍ଷ ସ୍ବାମୀ ଗୋବିନ୍ଦ ଦେବ ଗିରି ଜି ମହାରାଜ, ଟ୍ରଷ୍ଟର ସାଧାରଣ ସମ୍ପାଦକ ଚମ୍ପତ ରାୟ ତଥା ବିଶ୍ୱ ହିନ୍ଦୁ ପରିଷଦର ସଂରକ୍ଷକ ଦୀନେଶ ଉପସ୍ଥିତ ଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଏକ ପୁସ୍ତିକାର ମଧ୍ୟ ଉନ୍ମୋଚନ କରିଛନ୍ତି।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ ମୁଁ ଭାଗ୍ୟବାନ ଯେ ମୁଁ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଅଛି । ଆଜି 500 ବର୍ଷର ତପସ୍ୟା ଆଜି ପୂରଣ ହେଉଛି । ରାମ ମନ୍ଦିର ଭାରତର ଏତାତ୍ମତାର ପ୍ରତୀକ ହେବ | ଏହା ଭାରତର ରାଷ୍ଟ୍ର ମନ୍ଦିର ହେବ।