
ଭୁବନେଶ୍ୱର, ବଲିଉଡ ଗାୟକ କୃଷ୍ଣକୁମାର କୁନଥଙ୍କ ଅସାମୟିକ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି । ସେ ଟ୍ୱିଟ କରି କହିଛନ୍ତି ଯେ – ଲୋକପ୍ରିୟ ବଲିଉଡ ଗାୟକ କୃଷ୍ଣକୁମାର କୁନଥଙ୍କ ଅସାମୟିକ ବିୟୋଗର ଖବର ଜାଣି ସେ ଦୁଖିତ । ସେ ତାଙ୍କର ଗୀତ ପାଇଁ ସଂଗୀତ ପ୍ରେମୀ ମାନଙ୍କ ହୃଦୟରେ ରହିଥିବେ । ତାଙ୍କ ପରିବାର ଓ ପ୍ରଶଂସକ ମାନଙ୍କ ପ୍ରତି ମୋର ପ୍ରାର୍ଥନା ।