
ଭୁବନେଶ୍ୱର, ଆସନ୍ତର ଜୁଲାଇ ୪ ତାରିଖରୁ ଆରମ୍ଭ ହେବ ଓଜେଇଇ । ରାଜ୍ୟର ବିଭିନ୍ନ ସରକାରୀ ଓ ଘରୋଇ କଲେଜ, ବିଶ୍ୱବିଦ୍ୟାଳୟଗୁଡ଼ିକର ବୈଷୟିକ ପାଠ୍ୟକ୍ରମରେ ନାମଲେଖା ଲାଗି ଜୁଲାଇ ମାସରେ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା(ଓଜେଇଇ) ଅନୁଷ୍ଠିତ ହେବ । ଏଥିପାଇଁ ବୁଧବାର ଓଜେଇ୨୦୨୨ ର ପରୀକ୍ଷା ସୂଚୀ ପ୍ରକାଶ ପାଇଛି ।
ସୂଚନା ଅନୁଯାୟୀ ଜୁଲାଇ ୪ ତାରିଖରୁ ପରୀକ୍ଷା ଆରମ୍ଭ ହୋଇ ୮ ତାରିଖରେ ଶେଷ ହେବ । ସକାଳ ୯ଟାରୁ ପ୍ରତିଦିନ ୩ଟି ସିଫ୍ଟରେ ପରୀକ୍ଷା ହେବ । ଜୁଲାଇ ୪ରେ ୩ଟି ଯାକ ସିଫ୍ଟରେ ଲାଟେରାଲ୍ ଏଂଟ୍ରି ଟେକ୍ ଡିପ୍ଲୋମା ପରୀକ୍ଷା ହେବ । ଜୁଲାଇ ୫ ତାରିଖର ୧ମ ଓ ୨ୟ ସିଫ୍ଟରେ ଏମସିଏ/ଏମଏସସି(କଂପ୍ୟୁଟର ସାଇନ୍ସ) ପରୀକ୍ଷା ହେବ । ଜୁଲାଇ ୫ର ୩ୟ ସିଫ୍ଟରେ ଏମଟେକ୍, ଏମ୍ ଆର୍ଚ, ଏମ ଫାର୍ମା ଓ ବି ସିଏଟି ପରୀକ୍ଷା ହେବ । ୬ ତାରିଖର ପ୍ରଥମ ୨ଟି ସିଫ୍ଟରେ ଏମବିଏ ଓ ୩ୟ ସିଫ୍ଟରେ ଇଂଟିଗ୍ରେଟେଡ ଏମବିଏ, ଲାଟେରାଲ୍ ଏଂଟ୍ରି ଫାର୍ମା, ଲାଟେରାଲ୍ ଏଂଟ୍ରି ଟେକ୍(ବିଏସସି), ବିସିଏଟ୍(ଫିଲ୍ମ ଏଡିଟିଂ) ପରୀକ୍ଷା ହେବ ।୮ ତାରିଖରେ କେବଳ ୧ମ ଓ ୨ୟ ସିଫ୍ଟରେ ବି ଫାର୍ମା ପ୍ରବେଶିକା ପରୀକ୍ଷା ହେବ ।