ମାଲକାନଗିରି, ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ଲ୍ୟାମ୍ପସ ଅଧୀନରେ ଥିବା ୧୫ଟି ଜୋନ୍ ପାଇଁ ଆସନ୍ତା ଜୁନ୍ ୧୯ ତାରିଖରେ ନିର୍ବାଚନ ହେବାକୁ ଥିବାବେଳେ ଆଜି ଇଛୁକ ପ୍ରାର୍ଥୀ ପ୍ରାର୍ଥିନୀଙ୍କ ପ୍ରାର୍ଥୀପାତ୍ର ଦାଖଲ କରିବାର ଶେଷ ଦିନଥିଲା । ଗତ ୨ଦିନ ଧରି ଆଶାୟୀ ପ୍ରାର୍ଥୀମାନେ ପ୍ରାର୍ଥିପତ୍ର କ୍ରୟ କରିଥିଲେ । ନିର୍ବାଚନ ପାଇଁ ୬୮ ଜଣ ପ୍ରାର୍ଥି ଫର୍ମ ପୂରଣ କରି ନିର୍ବାଚନ ଅଧିକାରୀଙ୍କ ଠାରେ ସେମାନଙ୍କର ପ୍ରାର୍ଥିପତ୍ର ଦାଖଲ କରିଥିଲେ ।
କୋରୁକୋଣ୍ଡା ଲ୍ୟାମ୍ପସ ଅଧିକାରୀ ଅଭିମନ୍ୟୁ ହାଲବାଙ୍କ କହିବା ଅନୁସାରେ, କୋରୁକୋଣ୍ଡା ଲ୍ୟାମ୍ପସ ଅଧୀନରେ ୧୫ଟି ଜୋନ୍ ଥିବାବେଳେ ଭୋଟର ସଂଖ୍ୟା ୫୦୭୦ ରହିଛି ।୧୫ଟି ଜୋନ୍ ମଧ୍ୟରୁ ଅନୁସୂଚିତ ଜନଜାତିଙ୍କ ପାଇଁ ୧୦ଟି ଜୋନ୍ ସଂରକ୍ଷିତ ଥିବାବେଳେ ତନ୍ମଧ୍ୟରୁ ୪ ମହିଳାଙ୍କ ପାଇଁ ଏବଂ ଅନ୍ୟ ପାଞ୍ଚଟି ଅଣସଂରକ୍ଷିତ ପଦବୀ ରହିଛି । ଆଜି ପ୍ରାର୍ଥୀପତ୍ର ଦାଖଲର ଶେଷଦିନ ଥିବାବେଳେ ମୋଟ ୬୮ ଜଣ ପ୍ରାର୍ଥୀ ନିଜ ନିଜର ସମର୍ଥକ ଏବଂ ପ୍ରସ୍ତାବକଙ୍କ ସହିତ ଆସି ପ୍ରାର୍ଥିପତ୍ର ଦାଖଲ କରିଛନ୍ତି । ଆସନ୍ତା ୧ ତାରିଖରେ ପ୍ରାର୍ଥିପାତ୍ର ଗୁଡ଼ିକୁ ଯାଞ୍ଚ କରାଯିବ । ପ୍ରାର୍ଥିପାତ୍ର ପ୍ରତ୍ୟାହାର ଆସନ୍ତା ୫ ତାରିଖ ରଖାଯାଇଛି । ଜୁନ୍ ୧୯ତାରିଖ ଦିନ ୫୦୭୦ ଜଣ ଭୋଟର ନିଜ ନିଜ ପସନ୍ଦର ପ୍ରାର୍ଥୀଙ୍କୁ ଭୋଟଦେବେ ବୋଲି ନିର୍ବାଚନ ଅଧିକାରୀ ଅଶୋକ କୁମାର ମହାନ୍ତି କହିଛନ୍ତି ।