ସିମଲା, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଦିନ ସିମଲାର ପ୍ରସିଦ୍ଧ ରିଜ ମୈଦାନରେ ୧୩୦ କୋଟି ଭାରତବାସୀଙ୍କୁ ନିଜର ପରିବାର ବୋଲି କହି ପ୍ରତ୍ୟେକ ଦେଶବାସୀଙ୍କ ସମ୍ମାନ, ସୁରକ୍ଷା, ସମୃଦ୍ଧି, ସୁଖ ଶାନ୍ତି ଓ କଲ୍ୟାଣର ସଂକଳ୍ପକୁ ଦୋହରାଇଛନ୍ତି ।
ସେ କହିଛନ୍ତି ଯେ ଗତ ୮ ବର୍ଷ ଧରି ସେ ନିଜକୁ କେବେ ହେଲେ ପ୍ରଧାନମନ୍ତ୍ରୀ ଭାବେ ଦେଖି ନାହାନ୍ତି । ସେ କହିଛନ୍ତ ଯେ ଯେତେବେଳେ ମୁଁ କୌଣସି ଡକ୍ୟୁମେଂଟରେ ହସ୍ତାକ୍ଷର କରେ ସେତେବେଳେ ମୋ ପାଖରେ ପ୍ରଧାନମନ୍ତ୍ରୀର ଦାୟିତ୍ୱ ରହିଥାଏ, କିନ୍ତୁ ଫାଇଲ ଚାଲିଯିବା ମାତ୍ରେ ସେତେବେଳେ ମୁଁ ୧୩୦ କୋଟି ଲୋକ ମାନଙ୍କର ପ୍ରଧାନ ସେବକ ହୋଇଯାଏ, ଯାହା ମୋ ଜୀବନର ସବୁକିଛି । ଏନଡିଏ ସରକାରର ଆଠ ବର୍ଷ ପୂର୍ତି ଅବସରରେ ସିମଲାର ରିଜ ମୈଦାନରେ ଗରୀବ କଲ୍ୟାଣ ସମ୍ମିଳନୀକୁ ସମ୍ବୋଧିତ କରି ସେ ଏହା କହିଛନ୍ତି ।
ସେ କହିଛନ୍ତି ଯେ ଆମ ସରକାର ଆଠ ବର୍ଷ ପୂରଣ କରୁଛି । ଏହି ଅବସରରେ ମୁଁ ସେହି ସଂକଳ୍ପକୁ ଦୋହରାଉଛି । ପ୍ରତ୍ୟେକ ଭାରତବାସୀର ସମ୍ମାନ ପାଇଁ, ପ୍ରତ୍ୟେକ ଭାରତବାସୀର ସୁରକ୍ଷା ଓ ପ୍ରତ୍ୟେକ ଭାରତବାସୀର ସମୃଦ୍ଧି, ସୁଖ ଶାନ୍ତି ଓ କଲ୍ୟାଣ ପାଇଁ ଯେତିକି କରି ପାରିବି ସେତିକି କରିବା ଜାରୀ ରଖିବ ।