ମାଲକାନଗିରି, ମାଲକାନଗିରି ଜିଲ୍ଲା ଓର୍କେଲ ଥାନା ଏସଆଇ ବି. ବି. ସୁତାରଙ୍କ ନେତୃତ୍ଵରେ ପୋଲିସ୍ ଟିମ୍ ତେନ୍ତୁଲିଗୁଡା ଗାଁରେ ଏକ ଜୁଆ ଖେଳ (ଖୁଡୁ ଖୁଡି )ଚାଲିଥିବା ସୂଚନା ପାଇଁ ଚଢ଼ଉ କରିଥିଲେ। ଏହି ସମୟରେ ସେଠାରେ ଥିବା ୫ ଜଣ ଲୋକଙ୍କୁ ଧରି ଥିଲେ। ଧରାପଡିଥିବା ପାଞ୍ଚ ଜଣ ହେଉଛନ୍ତି ତେନ୍ତୁଳିଗୁଡା ଗ୍ରାମର ସମାରା ଗୋଲୋରୀ, ସାମା ମାଢ଼ି, ଗଙ୍ଗା ମାଡକାମି, ମୁଦୁଲିପଡ଼ା ଥାନା ଆମଳିପୁଟ ଗ୍ରାମର ରାମକୃଷ୍ଣ ହନ୍ତାଳ ଓ ଅସିତ ଚନ୍ଦ୍ର ଚୌଧୁରୀ। ସେମାନଙ୍କ ନିକଟରୁ ଜୁଆ ସାମଗ୍ରୀ ସହ ୨୬ ହଜାର ୨୬୦ ଟଙ୍କା ଜବତ କରାଯାଇଛି।
ଏହି ପରିପ୍ରେକ୍ଷୀରେ, ଓର୍କେଲ ଥାନା କେସ୍ ନଂ ୧୦୨ /୨ ୨ ରେ ତାରିଖ ୩୧/୫ ରେ ମାମଲା ପଞ୍ଜିକୃତ କରାଯାଇ ୫ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଚିତ୍ରକୋଣ୍ଡା ଏସଡିପିଓ ଅଂଶୁମାନ ଦ୍ବିବେଦୀ ସୂଚନା ଦେଇଛନ୍ତି।