ବଲାଙ୍ଗିର, ବଲାଙ୍ଗିର କୃଷି ବିଜ୍ଞାନ କେନ୍ଦ୍ର ଠାରେ ଆଜି ଏକ ବିଶାଳ କୃଷି ମେଳାର ଆୟୋଜନ କରାଯାଇଥିଲା। ଉକ୍ତ କୃଷି ମେଳାରେ ୫ ଶହରୁ ଉର୍ଦ୍ଧ ଚାଷୀ ଯୋଗ ଦେଇଥିଲେ। ପ୍ରଧାନମନ୍ତ୍ରୀଙ୍କ ଶିମଲା ଠାରେ ହେଉଥିବା କଲ୍ଯାଣକାରୀ ଜାତୀୟ ଯୋଜନା ବାବଦରେ ହେଉଥିବା କାର୍ଯକ୍ରମର ସିଧା ପ୍ରସାରଣ କୃଷି ବିଜ୍ଞାନ କେନ୍ଦ୍ରରେ ଅନୁଷ୍ଠିତ ହୋଇଥଲା। ଏହି କାର୍ଯକ୍ରମରେ ମୁଖ୍ୟଅତିଥି ଭାବରେ ବଲାଙ୍ଗୀର ସାଂସଦ ସଙ୍ଗୀତା କୁମାରୀ ସିଂଦେଓ ଓ ଲୋଇସିଂହା ବିଧାୟକ ଡ. ମୁକେଶ
ମହାଲିଙ୍ଗ ଯୋଗ ଦେଇଥିଲେ। କୃଷି ବିଜ୍ଞାନୀ କେନ୍ଦ୍ରର ପ୍ରାଣୀ ବିଜ୍ଞାନୀ ଡକ୍ଟର ତପନ କୁମାର ପଲାଇଙ୍କ ତତ୍ତ୍ଵାବଧାନରେ ଉକ୍ତ କାର୍ଯକ୍ରମ ଅନୁଷ୍ଠିତ ହୋଇଥିଲା। ପ୍ରଦୀପ ପ୍ରଜ୍ବଳନ ସହିତ ମୁଖ୍ୟଅତିଥି ସଭାକାର୍ଯ୍ୟ ଆରମ୍ଭ କରିଥିଲେ। କାର୍ଯ୍ୟକ୍ରମରେ ଥିବା ଚାଷୀ ଭାଇଭଉଣୀ ମାନେ ବିଭିନ୍ନ ଜାତୀୟ ଯୋଜନା ବାବଦରେ ଜାଣିବାକୁ ପାଇଥିଲେ।
କାର୍ଯକ୍ରମରେ ରାଜ୍ୟ ସରକାରଙ୍କ କୃଷି, ପଶୁପାଳନ, ମତ୍ସ୍ୟ ବିଭାଗର ଅଧିକାରୀଙ୍କ ସହ ନାବାର୍ଡର ଲକ୍ଷ୍ମଣ କୁମାର ସଏ ଯୋଗ ଦେଇଥିଲେ।