ନୂଆଦିଲ୍ଲୀ, ଶିକ୍ଷା ମନ୍ତ୍ରଣାଳୟ ଅଧୀନ ଜାତୀୟ ଶିକ୍ଷକ ଶିକ୍ଷା ପରିଷଦ (ଏନ୍ସିଟିଇ) ଏଚଇଆଇଏସ୍ / ଟିଇଆଇଏସ୍ ସଂକ୍ରାନ୍ତ ସମଗ୍ର ଶିକ୍ଷକ ଶିକ୍ଷା କାର୍ଯ୍ୟକ୍ରମ ମାନ୍ୟତା ପ୍ରଦାନ ବ୍ୟବସ୍ଥାକୁ ସୁସଂହତ କରିବାକୁ ଏକ ଅନଲାଇନ ପୋର୍ଟାଲ ଆରମ୍ଭ କରିଛି । ପାଠ୍ୟକ୍ରମ ପାଇଁ ଆବେଦନପତ୍ର ଆହ୍ୱାନ କରିବା ଠାରୁ ଆରମ୍ଭ କରି ସ୍ୱୀକୃତି ପ୍ରଦାନ, ଶିକ୍ଷାନୁଷ୍ଠାନର ପରିଦର୍ଶନ ଆଦି ସମସ୍ତ କାର୍ଯ୍ୟ ଏହି ପୋର୍ଟାଲ ମାଧ୍ୟମରେ ପ୍ରକ୍ରିୟାକୃତ ହେବ । ଏହି ପୋର୍ଟାଲ ମଧ୍ୟ ନିକଟରେ ଆରମ୍ଭ ହୋଇଥିବା ୪ବର୍ଷିଆ ଆଇଟିଇପି ଆବେଦନପତ୍ରଗୁଡିକୁ ପ୍ରୋସେସ କରିବ ।
ଏହି ପୋର୍ଟାଲ କାର୍ଯ୍ୟକ୍ଷମ ହୋଇଥିବାରୁ ଏହା ଏନ୍ସିଇଟିଇର କାର୍ଯ୍ୟରେ ବଡ ପରିବର୍ତ୍ତନ ଆଣିବ । ଏହା ଏକ ସ୍ୱୟଂକ୍ରିୟ ଦୃଢ ଢାଞ୍ଚା ପ୍ରଦାନ କରି ବ୍ୟବସ୍ଥାର ଉତ୍ତରଦାୟିତ୍ୱ ଓ ସ୍ୱଚ୍ଛତା ବଢାଇ କାମ କରିବାର ପରିବେଶକୁ ସହଜ କରିବ ।
ଆଇଟିଇପି ପାଇଁ ଅନ୍ଲାଇନ୍ ଆବେଦନ ଏନସିଟିଇ ପ୍ରସେସ୍ ହେବ ଏବଂ ଏହାର ଆଡମିଶନ ଲଗ୍ଇନ୍ ୱେବସାଇଟ୍ । (https://ncte.gov.in/Website/admin_Panel.aspx). ।
ଏଚଇଆଇଏସ/ଟିଇଆଇଏସ୍ର ସମସ୍ତ ଯୋଗାଯୋଗ ଏଣିକି ଆଇଟିଇପି ପୋର୍ଟାଲ ମାଧ୍ୟମରେ କରିବାକୁ ପଡିବ । ଅଲଲାଇନ ଇନସ୍ପେକ୍ସନ ପାଇଁ ସମ୍ପୃକ୍ତ ପକ୍ଷଙ୍କୁ ଏନସିଟିଇର ୱେବସାଇଟର ି ପୋର୍ଟାଲକୁ ଆକ୍ସେସ କରିବାକୁ ପଡିବ ।