ନୂଆଦିଲ୍ଲୀ, ମୁମ୍ବାଇର ଓରଲୀସ୍ଥିତ ନେହେରୁ କେନ୍ଦ୍ରରେ ସପ୍ତଦଶ ମୁମ୍ବାଇ ବୃତ୍ତଚିତ୍ର, କ୍ଷୁଦ୍ର ଫିକସନ ଓ ଆନିମେସନ ଚଳଚ୍ଚିତ୍ର (ଏମଆଇଏଫଏଫ୍-୨୦୨୨) ଏକ ଚିତ୍ତାକର୍ଷକ ଉଦ୍ଘାଟନୀ ଉତ୍ସବ ସହ ଆରମ୍ଭ ହୋଇଛି ।
କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅନ୍ତର୍ଗତ ଚଳଚ୍ଚିତ୍ର ପ୍ରଭାଗ ପକ୍ଷରୁ ଏହି ସାତଦିନ ବ୍ୟାପୀ ମହୋତ୍ସବକୁ କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ, ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବଂଟନ ଓ ବୟନଶିଳ୍ପ ମନ୍ତ୍ରୀ ପିୟୁଷ ଗୋଏଲ ଉଦ୍ଘାଟନ କରିଛନ୍ତି । ଏମଆଇଏଫଏଫ-୨୦୨୨ରେ ବ୍ୟାପକ ଅଂଶଗ୍ରହଣ ନିମନ୍ତେ ଏହା ହାଇବ୍ରିଡ ମୋଡ୍ରେ ଆୟୋଜିତ ହୋଇଥିବାବେଳେ,ଯେଉଁମାନେ ଏମଆଇଏଫ୍ଏଫ୍. ଇନ୍ରେ ନିଜକୁ ପଞ୍ଜୀକୃତ କରିଛନ୍ତି ସେମାନେ ସମସ୍ତେ ଅନଲାଇନରେ ବିନା ମୂଲ୍ୟରେ ଚଳଚ୍ଚିତ୍ରମାନ ଦେଖିପାରିବେ ବୋଲି ମହୋତ୍ସବ ନିର୍ଦ୍ଦେଶକ ରବିନ୍ଦ୍ର ଭାକର କହିଛନ୍ତି ।
ସ୍ୱାଧୀନତା ପ୍ରାପ୍ତିର ୫୦ବର୍ଷ ପୂର୍ତ୍ତି ଅବସରରେ ବଙ୍ଗଳାଦେଶକୁ ଚଳିତବର୍ଷ ଫୋକସ୍ ଦେଶଭାବେ ବଛାଯାଇଛି। ବଙ୍ଗଳାଦେଶର ୧୧ଟି ଚଳଚ୍ଚିତ୍ରର ପ୍ୟାକେଜ ଓ ବହୁଚର୍ଚ୍ଚିତ -ହସିନା-ଏ-ଡଟରର୍ସ ଟେଲ ଏମଆଇଏଫ୍ଏଫ-୨୦୨୨ରେ ପ୍ରଦର୍ଶିତ ହେବ ।