-
ରଥଯାତ୍ରାରେ ଯାତ୍ରୀଙ୍କ ସୁରକ୍ଷା ଓ ସୁବିଧା ଉପରେ ଗୁରୁତ୍ଵାରୋପ
ପୁରୀ, ଜୁଲାଇ ୧ ରେ ଅନୁଷ୍ଠିତ ହେବାକୁ ଯାଉଛି ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ବିଶ୍ଵପ୍ରସିଦ୍ଧ ରଥଯାତ୍ରା । ରଥଯାତ୍ରାକୁ ଦୃଷ୍ଟିରେ ରଖି ପୁରୀର ହୋଟେଲ ମାଲିକ ମାନଙ୍କ ସହିତ ଆଲୋଚନା କରିଛି ଜିଲ୍ଲା ପୋଲିସ ପ୍ରଶାସନ । ଆଜି ଉଭୟଙ୍କ ମଧ୍ୟରେ ଏହି ଆଲୋଚନା କାଳରେ ଯାତ୍ରୀଙ୍କ ସୁରକ୍ଷା ଓ ସୁବିଧା ଉପରେ ଗୁରୁତ୍ଵାରୋପ କରାଯାଇଛି । ଶୃଙ୍ଖଳିତ ଭାବେ ରଥଯାତ୍ରାର ସମାପନ ପାଇଁ ସମସ୍ତଙ୍କ ସହଯୋଗ ଲୋଡିଛି ପୋଲିସ ପ୍ରଶାସନ ।
ସେହିପରି ହୋଟେଲ ଗୁଡିକରେ ସିସିଟିଭି ଓ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବା ଏବଂ ପର୍ଯ୍ୟଟକଙ୍କୁ ଆବଶ୍ୟକ ସହଯୋଗ ଓ ସୂଚନା ପ୍ରଦାନ କରିବାକୁ ଏସପି କେ. ବିଶାଲ ସିଂହ ହୋଟେଲ ମାଲିକ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ପର୍ଯ୍ୟଟକଙ୍କ ସମ୍ପର୍କରେ ପୋଲିସକୁ ସବିଶେଷ ସୂଚନା ଦେବାକୁ ସେ ପରାମର୍ଶ ଦେଇଛନ୍ତି ।