
ବଲାଙ୍ଗିର, ବଲାଙ୍ଗିରରେ ଏକମାତ୍ର ସାନସ୍କୃତିକ ଗତିବିଧି ଓ ସଭାସମିତି ଇତ୍ୟାଦି ଲୋକଙ୍କ ବ୍ୟବହାର ପାଇଁ କରାଯାଇଥିବା ମୁନିସିପାଲଟି ଦ୍ଵାରା ପରିଚାଳିତ ବଲାଙ୍ଗିର ଟାଉନ ହଲ ଦୀର୍ଘଦିନ ହେଲା ବନ୍ଦ ହୋଇ ପଡିରହିଛି। କରୋନା କାଳରେ ସମଗ୍ର ଦେଶରେ ସାମାଜିକ କାର୍ଯ୍ୟକ୍ରମ ଗୁଡିକୁ ବନ୍ଦ କରାଯାଇଥିବା ଯୋଗୁଁ ପ୍ରାୟତଃ ଭିଡ଼କୁ ବାରଣ କରାଯାଉଥିଲା, ତେଣୁ ସଭା ସମିତି ଭିଡ଼ ସଂସ୍କୃତିକ କାର୍ଯ୍ୟକ୍ରମ ଗୁଡିକୁ ବନ୍ଦ କରାଯାଇଥିବା ଯୋଗୁଁ ଏହାର ଆବଶ୍ୟକତା ନଥିଲା। ଅନ୍ୟପକ୍ଷରେ ଏହି ଟାଉନ ହଲକୁ ମୁନିସିପାଲଟି ତାଙ୍କର ଗୋଦାମ ଘର ରୂପେ ବ୍ୟବହାର କରି ତାଙ୍କର ଜିନିଷ ପତ୍ର ଗୁଡିକୁ ଏଠାରେ ଭରି ରଖିଥିବା ଯୋଗୁଁ ଏହା ବ୍ୟବହାର ଉପଯୋଗୀ ହୋଇ ପାରୁ ନାହିଁ। କ୍ରମ ବର୍ଦ୍ଧିଷ୍ଣୁ ବଲାଙ୍ଗିର ସହରରେ ଅନ୍ୟ ବ୍ୟବସ୍ଥା ନଥିବା ଯୋଗୁ ସାଧାରଣରେ ଅନେକ ଅସୁବିଧା ହେଉଥିବା ଯୋଗୁଁ ଏହାକୁ ଶୀଘ୍ର କାର୍ଯ୍ୟକ୍ଷମ କରିବାକୁ ଦାବି ହେଉଛି।