
ବଲାଙ୍ଗିର, ଓଡିଶାର ପ୍ରମୁଖ ସାମାଜିକ ଅନୁଷ୍ଠାନକୁ ନେଇ ଗଠିତ ହୋଇଥିବା ରାଜ୍ୟ ସମାଜସେବୀ ମହାସଂଘର ରାଜ୍ୟ ଉପସଭାପତି ଭାବରେ ବିଙ୍ଗ ହ୍ୟୁମାନ ଫାଉଣ୍ଡେସନର ପ୍ରତିଷ୍ଠାତା ସୋମନାଥ ମିଶ୍ରଙ୍କୁ ମନୋନୀତ କରାଯାଇଛି। ରାଜ୍ୟ ସଭାପତି ନରୋତ୍ତମ ଦାସ ତାଙ୍କୁ ଏହି ଦାୟିତ୍ଵ ଦେଇଛନ୍ତି। ସୋମନାଥ ପ୍ରଥମରୁ ମହିଳା ଅଧିକାର ଅଭିଯାନ, ରୁଦ୍ରସେନା, ହ୍ୟୁମାନ ରାଇଟ ପ୍ରୋଟେକ୍ସନ ସେଲ ଭଳି ଦାୟିତ୍ଵରେ ଥିବା ବେଳେ ଏହି ଦାୟିତ୍ଵ ପାଇବା ପରେ ସେ ତାଙ୍କର ଦାୟିତ୍ଵକୁ ଆହୁରି ନିଷ୍ଠାର ସହ ପାଳନ କରିବେ ବୋଲି କହିଛନ୍ତି।