କନ୍ଧମାଳ,ରବିବାର ଭୋରରୁ ଫୁଲବାଣୀ ସହରର ଜଣାଶୁଣା ସାମ୍ବାଦିକ ବୈଦ୍ୟନାଥ ନାୟକଙ୍କ ମା ମହରଗି ନାୟକଙ୍କ ପରଲୋକ ହୋଇଯାଇଛି। ମୃତ୍ଯୁ ବେଳକୁ ତାଙ୍କୁ ପାଖା ପାଖି ୭୫ ବର୍ଷ ହୋଇଥିଲା। ସେ ଦୀର୍ଘ ଦିନ ଧରି ପକ୍ଷାଘାତ ରୋଗରେ ପୀଡ଼ିତ ଥିଲେ। ସେ ଜଣେ ଧର୍ମପରାୟଣ ଓ ପରୋପକାରୀ, ମେଳାପୀ ମହିଳା ଥିଲେ । ତାଙ୍କ ମୃତ୍ଯୁରେ ଯିରୀଙ୍ଗପଡ଼ା ଅଂଚଳରେ ଶୋକର ଛାୟା ଖେଳିଯାଇଛି। ମୃତ୍ଯୁ ଶଯ୍ୟା ନିକଟରେ ସ୍ଵାମୀ ଶୁକଦେବ ନାୟକ, ଏକମାତ୍ର ପୁଅ ବୈଦ୍ୟ, ଓ ବୋହୁ ଓ ନାତି ନାତୁଣୀ ଉପସ୍ଥିତ ଥିଲେ। ମୃତ୍ଯୁ ଖବର ଶୁଣି ଜିଲା ପ୍ରେସ କ୍ଳବ ସଭାପତି ପହଂଚି ଗଭୀର ଶୋକ ପ୍ରକାଶ କରିବା ସହ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ସମବେଦନା ଜଣାଇଥିଲେ ।
ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ ସାମ୍ବାଦିକ ସୁଜିତ ବେହେରା, ବୈଦ୍ୟନାଥ ବେହେରା, ବଳଦେବ ବେହେରା, ଶିକ୍ଷକ ନେତା ତଥା ସମାଜସେବୀ ଦୀନେଶ ବେହେରାଙ୍କ ସମେତ ବହୁ ମାନ୍ୟ ଗଣ୍ୟ ଵ୍ୟକ୍ତି ବିଶେଷ, ସମ୍ପର୍କୀୟ, ସାହି ବାସିନ୍ଦା ଉପସ୍ଥିତ ଥିଲେ। ଏହି ଦୁଃଖଦ ଖବର ପାଇବା ପରେ ପ୍ରେସ୍ କ୍ଲବର ସମ୍ପାଦକ ପ୍ରଶାନ୍ତ କୁମାର ବେହେରା, କାର୍ଯ୍ୟକାରୀ ସଭାପତି ଅଶୋକ ପରୀଡ଼ା, ବରିଷ୍ଠ ସାମ୍ବାଦିକ ଡ. ଅରୁପ କୁମାର ଜେନା, ଉପସଭାପତି ସତ୍ୟନାରାୟଣ ବେହେରା, ସୁନୀଲ ବିଶ୍ଵାଳ, ସାମ୍ବାଦିକ ବିରେନ୍ଦ୍ର ସୁବୁଦ୍ଧି, ତ୍ରିନାଥ ସାହୁ, ଅଜିତ୍ ମହାରଣା, ବୈଦ୍ୟନାଥ ବେହେରା, ଆଦିତ୍ୟ ତ୍ରିପାଠି, ସନ୍ତୋଷ ମିଶ୍ରଙ୍କ ସମେତ ସମସ୍ତ ଗଣମାଧ୍ୟମର ପ୍ରତିନିଧି ମାନେ ଶୋକ ବ୍ଯକ୍ତ କରିଛନ୍ତି।