ସମ୍ବଲପୁର, ଆସନ୍ତା ମାସରେ ହେବାକୁ ଥିବା ଶୀତଳଷଷ୍ଠୀ ପାଇଁ ଜିଲା ପୋଲିସ ପ୍ରଶାସନ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ବାତୁଲା ଗଙ୍ଗାଧରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସଦର ଏସଡିପିଓଙ୍କ ସମେତ ସମସ୍ତ ଥାନା ଗୁଡ଼ିକର ଭାରପ୍ରାପ୍ତ ନିରୀକ୍ଷକ ମାନେ ଉପସ୍ଥିତ ଥିଲେ । ଆହୁତ ଏହି ମିଳିତ ସମନ୍ବୟ କମିଟି ବୈଠକରେ ଝାରପଡା, ନନ୍ଦପଡ଼ା, ମୋଦିପଡ଼ା, ସମେତ ଗୋଲବଜାର, ନନ୍ଦପଡା, ବଡବଜାର, ଠାକୁରପଡା, ବରେଇପାଲି, ବୁଢ଼ାରଜା, ମହାମାୟା ଏବଂ ସାକ୍ଷୀପଡା କମିଟିର ସମସ୍ତ ସଦସ୍ୟ ଯୋଗଦେଇଥିଲେ । କରୋନା କଟକଣା ଯୋଗୁଁ ଗତ ଦୁଇ ବର୍ଷ ଧରି ନିରାଡମ୍ବରରେ ପାଳିତ ଏହି ଉତ୍ସବକୁ ଚଳିତ ବର୍ଷ ଶାନ୍ତି ଶୃଙ୍ଖଳାର ସହ ପାଳନ ପାଇଁ ସମସ୍ତଙ୍କ ଉତ୍ତମ ସମନ୍ଵୟ ଜିଲ୍ଲା ଅଧୀକ୍ଷକ କାମନା କରିଥିଲେ ।
ଏହି ଅବସରରେ ଶୁଭକାମନା ଜଣାଇବା ସହ ପ୍ରତ୍ୟେକ ଛକ ଓ ମଣ୍ଡପ ଗୁଡିକରେ ଆଇନ ଶୃଙ୍ଖଳା ଯେପରି ବ୍ଯାହତ ନହୁଏ ସେଥିପାଇଁ ବ୍ଯାପକ ପୋଲିସ ମୁତୟନ ବ୍ୟବସ୍ଥା ସମ୍ପର୍କରେ ଶ୍ରୀ ଗଙ୍ଗାଧର ସୂଚନା ଦେଇଥିଲେ ।