ନୂଆଦିଲ୍ଲୀ, ରାଷ୍ଟ୍ରପତି ରାମନାଥ କୋବିନ୍ଦ ରବିବାର ମେ ୨୯ ତାରିଖରେ ଉଜ୍ଜେନ ଗସ୍ତରେ ଯିବେ । ସେ ସେଠାରେ ଭଗବାନ ମହାକାଳେଶ୍ୱରଙ୍କୁ ଦର୍ଶନ କରିବେ । ରାଷ୍ଟ୍ରପତି କୋବିନ୍ଦ ଭଗବାନ ମହାକାଳେଶ୍ୱର ମନ୍ଦିର ପରିସରର ହୋଇଥିବା ବିରାଟ ଅଂଶକୁ ଅବଲୋକନ ମଧ୍ୟ କରିବେ ।
ରାଜ୍ୟ ଶାସନର ଭଗବାନ ମହାକାଳେଶ୍ୱର ମନ୍ଦିର ପରିସର ବିସ୍ତାର ଯୋଜନା ଦୃତ ଗତିରେ ବଢୁଅଛି । ମନ୍ଦୀର ପରିସରର ପରିସିମା ବର୍ତମାନ ବୃଦ୍ଧି ହୋଇ ୨୦ ହେକ୍ଟର ହୋଇଗଲାଣି । ଯୋଜନାର ପ୍ରଥମ ଭାଗରେ ୩୧୦ କୋଟି ଟଙ୍କା ଖର୍ଚରେ ଦର୍ଶନକାରୀ ମାନଙ୍କ ପାଇଁ ସୁବିଧାମାନକୁ ବଢାଇ ଦିଆଯାଇଛି ।