
ଝାରସୁଗୁଡ଼ା – ବ୍ରଜରାଜନଗର ଅନ୍ତର୍ଗତ ଗାନ୍ଧିଛକ ନିକଟରେ ଗତକାଲି ବିଳମ୍ବିତ ରାତିରେ ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି ।
ପୋଲିସ ସୂତ୍ରରୁ ପ୍ରକାଶ, ଗତ ରାତି ପ୍ରାୟ ୯ ଟା ସମୟରେ ମନୋଜ ପଟୁଆ (୨୮) ନାମକ ଜଣେ ଯୁବକ ବେଳପାହାଡ଼ରୁ ଝାରସୁଗୁଡ଼ାକୁ ନିଜ ବାଇକ୍ ନଂ ଓଡ଼ି-୨୩-ଏଫ-୧୬୭୪ ଯୋଗେ ଆସୁଥିବାବେଳେ ଓରିଏଣ୍ଟ ଥାନା ଅନ୍ତର୍ଗତ ଗାନ୍ଧିଛକ ନିକଟ ୯ ନମ୍ବର ଢ଼ାବା ଠାରେ ବାଇକଟି ଭାରସାମ୍ୟ ହରାଇବାରୁ ତଳେ ପଡିଯାଇଥିଲେ। ଫଳରେ ତାଙ୍କୁ ଜୋରରେ ଆଘାତ ଲାଗିଥିଲା। ତାଙ୍କ ଗୋଡ଼ରେ କୌଣସି ଗାଡ଼ି ଚଢ଼ିଯାଇଥିବା ପୋଲିସ ଅନୁମାନ କରୁଛି। ଆହତ ମନୋଜଙ୍କୁ ପ୍ରଥମେ ଝାରସୁଗୁଡା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କ ଅବସ୍ଥା ଉଦବେଗଜନକ ହେବାରୁ ତାଙ୍କୁ ବୁର୍ଲା ସ୍ଥିତ ବଡ଼ଡ଼ାକ୍ତରଖାନାକୁ ନେଇଥିଲେ। ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଯୁବକଙ୍କ ଘର ଝାରସୁଗୁଡ଼ା ବଡ଼ମାଲ ଥାନା ଅନ୍ତର୍ଗତ ସାପଡା ଗ୍ରାମରେ ବୋଲିଜଣାପଡିଛି।