
-
ସୁଲତା, ମାନସ, ସସ୍ମିତ ଓ ନିରଞ୍ଜନଙ୍କୁ ରାଜ୍ୟସଭା ଟିକେଟ
ଭୁବନେଶ୍ୱର, ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟାଇ ବିଜୁ ଜନତା ଦଳ ତା’ର ୪ ରାଜ୍ୟସଭା ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । ସୁଲତା ଦେଓ, ମାନସ ମଙ୍ଗରାଜ, ସସ୍ମିତ ପାତ୍ର ଓ ନିରଞ୍ଜନ ବିଶିଙ୍କ ନାମ ରାଜ୍ୟସଭା ପ୍ରାର୍ଥୀ ଭାବେ ଘୋଷଣା କରିଛି । ବିଜେଡି ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଚାରୋଟି ନାମକୁ ଅନୁମୋଦନ ଦେଇଛନ୍ତି । ବିଜେଡିର ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏକ ପ୍ରେସ ବିଜ୍ଞପ୍ତି ଜାରୀ କରି ଏହି ସୂଚନା ଦେଇଛନ୍ତି ।
ପାର୍ଟୀ ଦଳୀୟ ପ୍ରବକ୍ତା ସସ୍ମିତ ପାତ୍ରଙ୍କୁ ପୁଣି ଥରେ ଟିକେଟ ଦେଇଛି । ସେହିପରି ଦଳର ମୁଖପାତ୍ର ସୁଲତା ଦେଓ ଓ ବିଜେଡିର ଗଣମାଧ୍ୟମ ବ୍ୟାପାର ସଚିବ ମାନସ ରଞ୍ଜନ ମଙ୍ଗରାଜଙ୍କୁ ମଧ୍ୟ ପ୍ରାର୍ଥା କରା ଯାଇଛି । ପଶ୍ଚିମ ଓଡିଶାର ଆଦିବାସୀ ନେତା ନିରଞ୍ଜନ ବିଶିଙ୍କୁ ମଧ୍ୟ ବିଜେଡି ପ୍ରାର୍ଥୀ ଭାବେ ଘୋଷଣା କରିଛି ।