
-
୯ ବାଇକ୍ ଜବତ
ଗଞ୍ଜାମ,ବୈଦ୍ୟନାଥପୁର ପୋଲିସ ସିସି ଟିଭି ଫୁଟେଜ ଆଧାରରେ ଏକ ବାଇକ୍ ଲୁଟେରା ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି । ପ୍ରଥମେ ସିସି ଟିଭି ଫୁଟେଜ ଆଧାରରେ ଶ୍ରୀଧର ବେହେରାକୁ ଧରି ଜେରା କରିବାରୁ ସେ ଗ୍ୟାଙ୍ଗ୍ ର ଅନ୍ୟମାନଙ୍କର ନାମ ପୋଲିସକୁ କହିଥିଲା । ବି.ଏନ.ପୁର କେସ ନଂ ୧୬୦,୬୯,୧୩୭ ରେ ମାମଲା ରୁଜ୍ଜୁ ହୋଇଥିଲା । ସମୁଦାୟ ୯ ଟି ବାଇକ୍ ସେମାନଙ୍କ ଠାରୁ ଜବତ ହୋଇଛି । ସେମାନେ ବ୍ରହ୍ମପୁର ସହରର ବିଭିନ୍ନ ଜାଗାରୁ ବାଇକ୍ ଗୁଡିକ ଚୋରି କରିଥିଲେ । ସେଥିମଧ୍ୟରୁ କେଟିଏମ ବାଇକ୍ ୨ଟି, ସ୍ପେଣ୍ଡର, ଆପାଚି, ପଲସର-୨ଟି ସେମାନଙ୍କ ଠାରୁ ଜବତ କରିଛନ୍ତି । ଏହି ଗ୍ୟାଙ୍ଗକୁ ଗତ ୨୭ତାରିଖରେ ଗିରଫ କରି ୨୮ରେ କୋର୍ଟଚାଲାଣ କରାଯାଇଛି । ଏନେଇ ଅଧିକ ତଦନ୍ତ ଜାରୀ ରହିଥିବା ବ୍ରହ୍ମପୁର ପୋଲିସ୍ କହିଛି ।