ଗଞ୍ଜାମ, ଗଞ୍ଜାମ ଜିଲାପାଳଙ୍କ ଅଫିସ ସାମନାରେ ଥିବା ରେକର୍ଡ ରୁମରେ ଅବ୍ୟବସ୍ଥା ଦେଖାଦେଇଛି । ଏଠାକୁ ବିଭିନ୍ନ ରେକର୍ଡର ଡକ୍ୟୁମେଂଟର କପି ନେବାକୁ ଦୂରଦୁରାନ୍ତରୁ ଆସୁଥିବା ବ୍ୟକ୍ତିବିଶେଷମାନେ ହଟହଟାର ସମ୍ମୁଖୀନ ହେଉଛନ୍ତି । ସେଠାରେ ଅପେକ୍ଷା କରିବାକୁ ଆଗନ୍ତୁକଙ୍କ ନିମନ୍ତେ ବସିବା ପାଇଁ ଜାଗାନାହିଁ କିମ୍ବା ଚେୟାର କିମ୍ବା ବେଂଚର ବ୍ୟବସ୍ଥା ମଧ୍ୟ ନାହିଁ । ଲୋକମାନେ ଅଫିସ ବାହାରେ ମୁକ୍ତାକାଶ ତଳେ ଅପେକ୍ଷା କରିବାକୁ ପଡୁଛି । ଏପରିକି ଏଠାରେ କର୍ମଚାରୀଙ୍କ ପାଇଁ ମଧ୍ୟ ଆବଶ୍ୟକୀୟ ଚେୟାର ଟେବୁଲ ନଥିବା ଦେଖିବାକୁମିଳିଛି । ଗଞ୍ଜାମ ଜିଲାପାଳ ଏଥିପ୍ରତି ଦୃଷ୍ଟିଦେବା ସହ ସମସ୍ୟାର ସମାଧାନ ଦିଗରେ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି ।
Related Stories
November 23, 2024