ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଲଦାଖରେ ଏକ ବସ୍ ଦୁର୍ଘଟଣାରେ ଭାରତୀୟ ସେନା କର୍ମଚାରୀଙ୍କ ମୃତ୍ୟୁରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ।
ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;
“ଲଦାଖରେ ଘଟିଥିବା ବସ୍ ଦୁର୍ଘଟଣାରେ ଆମେ ଦୁଃଖିତ, ଯେଉଁଥିରେ ଆମେ ଆମର ସାହସୀ ସେନା କର୍ମଚାରୀଙ୍କୁ ହରାଇଛୁ । ମୋର ସମବେଦନା ଶୋକସନ୍ତପ୍ତ ପରିବାର ସହିତ ଅଛି । ମୁଁ ଆଶା କରୁଛି ଆହତମାନେ ଶୀଘ୍ର ସୁସ୍ଥ ହୋଇଯିବେ । ପ୍ରଭାବିତ ଲୋକଙ୍କୁ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇ ଦିଆଯାଉଛି ।”