କଟକ, ଅସ୍ଵାସ୍ଥ୍ୟକର ପରିବେଶରେ ଗୁପଚୁପ୍ ପ୍ରସ୍ତୁତି ସମ୍ପର୍କରେ ଅଭିଯୋଗ ପାଇ କଟକ ମହାନଗର ନିଗମ (ସିଏମସି) ପକ୍ଷରୁ ଆଜି ସହରର ବିଭିନ୍ନ ସ୍ଥାନରେ ଗୁପଚୁପ ବ୍ୟବସାୟୀଙ୍କ ଘରେ ଚଢ଼ଉ କରାଯିବା ସହ ବହୁ ପରିମାଣର ବାସି ଗୁପଚୁପ୍ ଓ ଆଳୁ ନଷ୍ଟ କରାଯାଇଛି । ସ୍ଵାସ୍ଥ୍ୟ ଅଧିକାରୀ ସତ୍ୟବ୍ରତ ମହାପାତ୍ରଙ୍କ ନେତୃତ୍ଵରେ ସିଏମସି ପକ୍ଷରୁ ଅଚାନକ ଏହି ଚଢ଼ଉ କରାଯାଇଥିଲା । ବାରବାଟୀ ଷ୍ଟାଡିୟମ ପାଖ, ହାଇକୋର୍ଟ ଛକ, କଲେଜ ଛକ, ଦୋଳମୁଣ୍ଡେଇ ଛକରେ ଚଢ଼ଉ କରାଯାଇଥିଲା ।
ଏହି ସମୟରେ ସେଠାରେ ଖାଦ୍ୟ ନିରାପତା ଅଧିକାରୀ ପ୍ରତୀକ୍ଷା ଦାଶମହାପାତ୍ର, ଫୁଡ୍ ଇନ୍ସପେକ୍ଟର ଭଗବାନ ଲେଙ୍କା ପ୍ରମୁଖ ଉପସ୍ଥିତ ଥିଲେ ।